ପେଟ୍ରୋଲ ଦର କମାଇବା ଦାବୀ ନେଇ ଭାଜପାର ବିକ୍ଷୋଭ

Oct 6, 2018 - 18:47
 221
ପେଟ୍ରୋଲ ଦର  କମାଇବା ଦାବୀ ନେଇ ଭାଜପାର ବିକ୍ଷୋଭ
ଅନୁଗୋଳ ୬/୧୦ (ସକାଳଖବର): କେନ୍ଦ୍ର ସରକାର ପେଟ୍ରୋଲ ଓ ଡ଼ିଜେଲ ଦର ୨.୫୦ ଟଙ୍କା କମ କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଅନୁରୋଧ କରି ଅଢେ଼ଇ ଟଙ୍କା କର ଛାଡ଼ କରିଛନ୍ତି । ୧୫ଟି ରାଜ୍ୟ କର ଛାଡ଼ କରିଥିବାବେଳେ ଓଡ଼ିଶା ସରକାର ତର୍ଜମା ବାହାନା ନେଇ ଚୁପ ପଶିଛନ୍ତି । ଏଣୁ ଏହାକୁ ବିରୋଧ କରି ଆଜି ଅନୁଗୋଳ ଭାଜପା ମହିଳା ମୋଚ୍ଚା ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଥାନା ଛକଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ୍କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କୁ ହୀନ ରାଜନିତୀ ଛାଡ଼ି ରାଜ୍ୟବାସୀଙ୍କୁ ତୁରନ୍ତ କର ଛାଡ଼ କରନ୍ତୁ ବୋଲି ଚେତାବନୀ ଦେଇଛନ୍ତି । ସରକାର କେବଳ ଲୋକ ଦେଖାଣିଆ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ କରି ନିଜର ବିକାଶ ପଣିଆ ଦେଖାଉଥିଲା । ମାତ୍ର ରାଜ୍ୟରେ ଡ଼ାଲି ପାଣିଠାରୁ ଖଣି ପର୍ଯ୍ୟନ୍ତ ଦୁର୍ନୀତିରେ ଉବୁଟୁବୁ ହେଉଥିବା ସରକାର ଲୋକଙ୍କୁ ଭୂଆଁ ବୋଲାଉଛନ୍ତି ବୋଲି ନେତ୍ରୀମାନେ ପ୍ରକାଶ କରିଛନ୍ତି । ଏହି ବିକ୍ଷୋଭରେ ମୀନକେତନ ଅମାନ୍ତ, ଦିଲ୍ଳୀପ ପ୍ରଧାନଙ୍କ ସମେତ ପ୍ରତିମା ମିଶ୍ର, ନମିତା ଦଳବେହେରା, ସରିତା ମିଶ୍ର, ସୁଲୋଚନା ଦାସ ଆଦି ବହୁ ଭାଜପା କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।