କୁଆଖାଇକୁ ଡେଇଁଥିବା ମହିଳା ଉଦ୍ଧାର

Jul 23, 2018 - 17:51
 158
କୁଆଖାଇକୁ ଡେଇଁଥିବା ମହିଳା ଉଦ୍ଧାର
ଭୁବନେଶ୍ୱର,୨୩ ଜୁଲାଇ - ଭୁବନେଶ୍ୱରେ ହଂସପାଳ ନିକଟ କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡିଥିବା ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମହିଳା ଜଣକ ହେଲେ ନୟାପଲ୍ଲୀ ବେହେରା ସାହି ଅଂଚଳର ସୁମିତା ଦାସ (୫୫) । ଟଙ୍କପାଣି ରୋଡ୍ ନିକଟରୁ ଅଗ୍ନିଶମ ବିଭାଗ କର୍ମ·ରୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ସେ କାହିଁକି ନଦୀକୁ ଡେଇଁ ପଡ଼ିଥିଲେ, ତାହା ଜଣାପଡ଼ି ନାହିଁ ।