ଦୁର୍ନୀତି ଭୟରେ ଲୋକାୟୁକ୍ତ ନିଯୁକ୍ତି କରାଯାଉନାହିଁ : ନରସିଂହ
ଭୁବନେଶ୍ୱର,୧୭/୯ (ସକାଳଖବର): ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ରହିଥିବାରୁ ଭୟରେ ଲୋକାୟୁକ୍ତ ନିଯୁକ୍ତ କରୁନାହାନ୍ତି ବୋଲି ବିରୋଧି ଦଳ ନେତା ନରସିଂହ ମିଶ୍ର ଆଜି ବିଧାନସଭାରେ ଅଭିଯୋଗ କରିଛନ୍ତି ।
ଆଜି ଗୃହରେ ଆଗତ ହୋଇଥିôବା ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ଆଲୋଚନା ଆରମ୍ଭ କରି ଶ୍ରୀ ମିଶ୍ର କହିଥିଲେ ଯେ, ଏ ସରକାରଙ୍କ ଶାସନ କାଳରେ ବିଧାୟକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ଅଭିଯୋଗ ରହିଛି । ଏପରିକି ଶାସନ କଳର ଅଧିକାରୀ ମାନଙ୍କ ବିରୁଦ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ରହିଛି । ସେହି ଭୟରେ ଲୋକାୟୁକ୍ତ ନିଯୁକ୍ତି କରାଯାଉ ନାହିଁ । ଲୋକାୟୁକ୍ତ ନିଯୁକ୍ତି ଗଠନ ପାଇଁ ଚୟନ କମିଟି ମଧ୍ୟ କରାଯାଉ ନାହିଁ ବୋଲି ସେ କହିଥିଲେ ।
ଅପରପକ୍ଷରେ ଏହି ସରକାର ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିନାହିଁ । ସେହିଭଳି କେନ୍ଦ୍ର ସରକାର ମଧ୍ୟ ଦେଇଥିବା ନିଜର ପ୍ରତିଶ୍ରୁତିକୁ ପାଳନ ନ କରି ଓଡ଼ିଶା ସମେତ ଦେଶବାସୀଙ୍କୁ ପ୍ରତାରଣା କରିଛି ।
ପ୍ରଧାନମନ୍ତ୍ରୀ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବି୍ରଜ, ଆଇଜିଏଚ ହସ୍ପିଟାଲକୁ ସୁପର ସ୍ପେଶାଲ ହସ୍ପିଟାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତି କାଗଜ କଲମରେ ରହିଛି । ଏହି ସମୟା ନେଇ ମୁକ୍ତିକାନ୍ତ ବିଶ୍ୱାଳ ପାଦରେ ଚାଲି ଚାଲି ଦିଲ୍ଲୀ ଯାଇଥିଲେ । କିନ୍ତୁ ଦୁଃଖର ବିଷୟ ପ୍ରଧାନମନ୍ତ୍ରୀ ଦେଖାଦେଲେ ନାହିଁ । ରାଜ୍ୟ ସରକର ପ୍ରତି ପଂଚାୟତରେ ୩୫ ପ୍ରତିଶତ ଜଳଯୋଗାଣ କରିବେ ବୋଲି କହିଥିଲେ, ତାହା ମଧ୍ୟ ହେଲା ନାହିଁ । ୨୦୦୯ରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଦୁ୍ୟତ ମାଗଣାରେ ଯୋଗାଇ ଦେବା ପାଇଁ, ତାହା ତ ହେଲା ନାହିଁ ବରଂ ବିଦୁ୍ୟତ ଶୁଳ୍କ ବୃଦ୍ଧି ଯୋଗୁଁ ଖାଉଟି ଶୋଷଣର ଶୀକାର ହେଉଛି । ଜଳସେଚନ ପାଇଁ କାଗଜ କଲମରେ ଯେତିକି ଜମି ଦେଖାଯାଇଛି ତାହା ରାଜ୍ୟରେ ଥିବା ଜମିଠାରୁ ଯଥେଷ୍ଟ ଅଧିକା ରହିଛି । ନନ୍ଦିରା ଯୋର ଉପରେ ଜିନ୍ଦଲ କମ୍ପାନୀ ତାର ଶିଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଫଳରେ ସମ୍ପୃକ୍ତ ନାଳ ପୋତିହୋଇଯାଇଛି । ଏବଂ ଜଳପଥର ଗତିପଥ ବନ୍ଦ ହୋଇଯାଇଛି । ଲୋକଙ୍କ କାମ କରିବା ପାଇଁ ମାସ ମାସ ଧରି ସମୟ ଲାଗୁଥିଲା ବେଳେ ଖଣି ମାଲିକ ମାନଙ୍କର ଖଣି ଲିଜର ଅବଧି ପୂରିବା ପୂର୍ବରୁ ନବୀକରଣ କରିବା ପାଇଁ ଗୋଟାଏ ଦିନ ଲାଗୁଛି । ଶେଷରେସେ କହିଲେ ଯେ, ରାଜ୍ୟରେ ଯେଉଁଭଳି ଦୁର୍ନୀତିଗ୍ରସ୍ତ ସରକାର ରହିଛି, କେନ୍ଦ୍ରରେ ମଧ୍ୟ ଅନୁରୂପ ଭାବେ ଦୁର୍ନୀତିଗ୍ରସ୍ତ ସରକାର ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ବିଦେଶରେ ଥିବା କଳା ପଇସାକୁ ଅଣାଯାଇ ପ୍ରତି ଗରୀବ ଲୋକଙ୍କର ଆକାଉଂଟରେ ୧୫ ଲକ୍ଷ ଟଙ୍କା ଜମା କରାଯିବ । ଏହି ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଛି । ବିଧାନସଭାରେ ଧାନ ସହାୟକ ଦର କ୍ୱିଂଟାଲ ପିଛା ୨୯୩୦ ଟଙ୍କାରେ ରଖିବା ନେଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ସମୟ ମଗାଯାଇଥିଲେ ମଧ୍ୟ ସମୟ ଦେଲେ ନାହିଁ । ବର୍ତମାନ ଓଡ଼ିଶା ସମେତ ଦେଶରେ ଆର୍ଥିକ ସଂକଟ ଦେଖାଦେଇଛି । ଆଗାମୀ ନିର୍ବାଚନରେ ବିପର୍ଯ୍ୟୟ ଦେଖାଦେବ