ଦୀପୁ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ

May 31, 2018 - 06:21
 218
କଟକ,୩୧ା୫(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ହତ୍ୟାକାଣ୍ଡ ମାମଲାରେ ବୁଧବାର ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଇଜଲାସରେ ଶୁଣାଣି ହୋଇଥିବାବେଳେ ଦୀପୁର ମାଆ ଶାନ୍ତିଲତା ମଲ୍ଲିକ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ । ତେବେ ପୂର୍ବରୁ ସାକ୍ଷ୍ୟ ଗ୍ରହଣ ଅଧା ହୋଇ ବେଳେ ଧଳସାମନ୍ତଙ୍କ ତରଫରୁ ଓକିଲ ତାଙ୍କୁ ଜେରା କରାଯାଇଥିଲା । ଜେରା ଅସଂପୂର୍ଣ୍ଣ ରହିଥିବା ବେଳେ ଆସନ୍ତା କାଲି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ବାଲେଶ୍ୱର ଜେଲରେ ଥିବା ସୁଶୀଲ ଧଳସାମନ୍ତ, ବଲାଙ୍ଗୀର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ସହିତ ଚୌଦ୍ୱାର ଜେଲରେ ଥିବା ସେମାନଙ୍କ ସହଯୋଗୀଙ୍କୁ ଅଦାଲତରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଜର କରାଯାଇଥିଲା । ଆସନ୍ତାକାଲି ଶୁଣାଣି ଥିବାରୁ କୋର୍ଟ ସୁଶୀଲଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ଓ ସୁଶାନ୍ତଙ୍କୁ ଚୌଦ୍ୱାର ଜେଲରେ ରଖିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଧଳସମାନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଚାଉଳିଆଗଞ୍ଜ ଅଞ୍ଚଳର ଦୀପୁ ଏବଂ କଲ୍ୟାଣୀନଗରର ଓମ୍ଙ୍କୁ କଟକରୁ ଅପହରଣ କରାଯିବା ପରେ ୨୦୧୩ ମସିହା ନଭେମ୍ବର ମାସ ୧୨ ତାରିଖରେ ସେମାନଙ୍କୁ ଆଠଗଡସ୍ଥିତ କଟିକଟା ଫାର୍ମ ହାଉସକୁ ନିଆଯାଇଥିଲା । ସେଠାରେ ଉଭୟଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ମୃତଦେହକୁ ଝାଡଖଣ୍ଡରେ ପୋଡି ଦିଆଯାଇଥିଲା ।