ଚେକ୍ ବାଉନ୍ସ ମାମଲା, ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏନବିଡବ୍ଲୁ୍ୟ ଜାରି

May 25, 2018 - 14:13
 181
କଟକ,୨୫ ।୫(ସକାଳଖବର): ଚେକ ବାଉନ୍ସ ମାମଲାରେ କଟକ ଜେଏମଏଫସି କୋର୍ଟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି । ଆସନ୍ତା ଜୁନ ମାସ ୧୮ତାରିଖରେ ଏନବିଡବ୍ଲୁ୍ୟ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ଦୁଇ ଥାନା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଜମି କାରବାର କରିବା ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ଅଧିନସ୍ଥ ଏୟାର ଫିଲ୍ଡ ଥାନା ଅଞ୍ଚଳର ଭବାନୀ ଶଙ୍କର ମହାନ୍ତି ଓ ସହିଦ ନଗର ଥାନା ଅଞ୍ଚଳର ଜିତେନ୍ଦ୍ର ନାଥ ପଲେଇ ୨୦୧୦, ନଭେମ୍ବର ମାସ ୩ତାରିଖରେ କଟକ ସହରର ଦେଉଳସାହି ଅଞ୍ଚଳର ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ୨ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ଭବାନୀ ଓ ଜିତେନ୍ଦ୍ର ୨୦୧୧, ଅଗଷ୍ଟ ମାସ ୩ତାରିଖରେ ଏକ ଚେକ ମାଧ୍ୟମରେ ଟଙ୍କା ଫେରସ୍ତ କରିଥିଲେ । ନିର୍ମଳ ଏହି ଚେକ ପାଇବା ପରେ ବ୍ୟାଙ୍କରେ ଜମା କରିଥିଲେ । କିନ୍ତୁ ଚେକ ବାଉନ୍ସ କରିଥିଲା । ଫଳରେ ନିର୍ମଳ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି ସମୟରେ ଅଭିଯୁକ୍ତମାନେ କୋର୍ଟରେ ହାଜର ନହେବାରୁ କୋର୍ଟ ଜାମିନ ବିହୀନ ପରୱାନା ଜାରି କରି ଦୁଇ ଥାନା ଅଧିକାରୀଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସିଦେ୍ଧଶ୍ୱର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।