ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଜେଲ

Jun 30, 2018 - 18:40
 188
ବାରିପଦା: ୩୦ା୬(ସକାଳଖବର): ଏକ ଯୁବକକୁ ଜୀବନରୁ ମାରିଦେବାର ଉଦ୍ୟମ ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କାମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୩ ପ୍ରଫୁଲନଗରର ଟୁରା ଓରଫ ପ୍ରଦୀପ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଇପିସି ଧାରା ୫୦୬(ସସ)/୩୪ ଅନୁସାରେ ୨ ବର୍ଷ ସଶ୍ରମ କାରାଦଣ୍ଡ , ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ୩୦୭/୩୪ ଅନୁସାରେ ୪ ବର୍ଷ ସଶ୍ରମ କାରାଦଣ୍ଡ, ୨୦ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଜୋରିମାନା ଅର୍ଥର ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଦଣ୍ଡିତ କରାଇଛନ୍ତି । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରାଯିବ ଓ ଅର୍ଥଦଣ୍ଡ ଆଦାୟ ହେଲେ ସେଥିରୁ ୨୦ ହଜାର ଟଙ୍କା ପିଡ଼ିତ ଯୁବକ ତରୁଣ ସେଠୀଙ୍କୁ ପ୍ରଦାନ କରାଯିବା ନିମନ୍ତେ ମଧ୍ୟ ରାୟରେ ଦର୍ଶାଯାଇଛି