ଦିଲ୍ଲୀରେ ବିଜେଡିର କୃଷକ ଅଧିକାର ସମାବେଶ
ନୂଆଦିଲ୍ଲୀ,୮/୧(ସକାଳଖବର): ଭାରତୀୟ ଅର୍ଥନୀତିର ଆତ୍ମା ହେଉଛନ୍ତି କୃଷକ । ସେମାନଙ୍କର ସାମାଜିକ , ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଛନ୍ତି । ସେମାନଙ୍କର ହକ୍ ପାଇଁ ବିଜେଡି ପକ୍ଷରୁ ଲଢେଇ ଚାଲିଛି । ଏହି ହକ୍ ହାସଲ ହେବା ପର୍ଯ୍ୟନ୍ତ ଲଢେଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଜ୍ର ସ୍ୱରରେ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଧାନର ସର୍ବନିମ୍ନ ସହାୟକ ଦର ବୃଦ୍ଧି କରିବା ନେଇ କେନ୍ଦ୍ରକୁ ବାରମ୍ବାର ଜଣାଇଥିଲେ ହେଁ କେନ୍ଦ୍ର ନଶୁଣିବା ଏବଂ ଅର୍ଥନୈତିକ ସ୍ୱାଧିନତା ନମିଳିବାରୁ ଦିଲ୍ଲୀ ଆସିବାକୁ ପଡିଲା ବୋଲି ସେ କହିଛନ୍ତି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ ।
ମଙ୍ଗଳବାର ଦିଲ୍ଲୀସ୍ଥିତ ତାଲକୋଟ୍ରା ଷ୍ଟାଡିୟମ୍ ଠାରେ ବିଜେଡି ପକ୍ଷରୁ ଆୟୋଜିତ କୃଷକ ଅଧିକାରୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ହକ୍ ପାଇଁ ଆମେ ଆଜି ଏଠାରେ ଏକାଠି ହୋଇଛୁ । ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛି । ଏମଏସପି ବୃଦ୍ଧି କରିବା ଏବଂ ସ୍ୱାମୀନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା କେନ୍ଦ୍ରର ଦାୟିତ୍ୱ । ଏଥିରୁ କେନ୍ଦ୍ର ସରକାର ଖସିଯାଇପାରିବେ ନାହିଁ । ରାଜ୍ୟକୁ ଆର୍ଥିକ ସ୍ୱାଧିନତା ଦେଇଥିଲେ ଆମକୁ ଦିଲ୍ଲୀ ଆସିବାକୁ ପଡିନଥାନ୍ତା । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଗୃହ କମିଟିରେ ଧାନର ଏମଏସପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାପାଇଁ ସଂକଳ୍ପ ନିଆଯାଇଥିଲା । ଏହା ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୟ ମଗାଯାଇଥିଲା । ମାତ୍ର ସମୟ ମିଳିଲା ନାହିଁ କି ଓଡିଶାର ଏଅହି ଦାବିକୁ ବିଚାରକୁ ନିଆଗଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଜୁ କୃଷକ ଜନତା ଦଳ ସଭାପତି ତଥା ସାଂସଦ ପ୍ରସନ୍ନ ଅ ।·ର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃଷକ ଅଧିକାର ସମାବେଶରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ତଥାଗତ ଶତପଥୀ ଓ ଭର୍ତୃହରି ମହତାବ, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଧାୟକ ଅତନୁ ସବ୍ୟସାଜୀ ନାୟକ, ସଞ୍ଜୟ ଦାସବର୍ମା ଏବଂ ମୀନତି ଦେବୀ , ରମଣୀ ରଞ୍ଜନ ପ୍ରଧାନ ପ୍ରମୁଖ ଭାଷଣ ଦେଇ କେନ୍ଦ୍ର ସରକାରଙ୍କ ·ଷୀ ଅବହେଳା ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଦଳର ବହୁ ସାଂସଦ , ବିଧାୟକ , ନେତା ପ୍ରମୁଖ ଉପସ୍ଥିତ ଥିଲେ ।