ଦାମ ବାବୁ କେଉଁ ଦଳର

Sep 12, 2018 - 18:05
 583
ଦାମ ବାବୁ କେଉଁ ଦଳର
ଭୁବନେଶ୍ୱର,୧୧ /୯ (ସକାଳଖବର): ବରିଷ୍ଠ ବିଜେଡ଼ି ନେତା ଡ଼ାକ୍ତର ଦାମୋଦର ରାଉତ ଦଳରୁ ବହିଷ୍କୃତ ହୋଇଛନ୍ତି । ଏହା ପୂର୍ବରୁ ଦାମବାବୁ ଦଳରୁ ନିଜକୁ ପ୍ରତ୍ୟାହାର କରିନେଇଥିବା ସୂଚନା ଦେଇଥିଲେ । ତେଣୁ ଏହି ବହିଷ୍କାରରେ କିଛି ଅସ୍ୱାଭାବିକତା ମନେ ହେଉନାହିଁ । ସରକାର ଓ ଦଳରେ ରହି ସତ୍ୟ ପରିପ୍ରକାଶ କରି ଦାମ ବାବୁ ଦଳରୁ ବହିଷ୍କୃତ ହେଇଛନ୍ତି ନା ଦଳଠାରୁ ବ୍ୟକ୍ତିକୁ ଉଦ୍ଧ୍ୱର୍ରେ ରଖି ବହିଷ୍କୃତ ହୋଇଛନ୍ତି ତାହା ଏବେ ବିତର୍କ ପାଇଁ ତାହାହିଁ ମାନେ ରଖେ । ସରକାରରେ ରହିଥିବା ଆର୍ଥିକ ବିଶୃଙ୍ଖଳାକୁ ନେଇ ବିଗତ କିଛି ଦିନ ଧରି ଦାମବାବୁ ପ୍ରଶ୍ନ ଉଠାଇଥିଲେ । ଏଥିସହ ଦଳର ପରିଚାଳନା ଦିଗ ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସରକାର ପ୍ରତି ଯେଉଁ ପର୍ଯ୍ୟନ୍ତ ଦାମବାବୁ ଆଙ୍ଗୁଳି ନିଦେ୍ର୍ଧଶ କରୁଥିଲେ ସେ ପର୍ଯ୍ୟନ୍ତ ଦଳର ସଭାପତି ଏହାକୁ ଏତେଟା ଗୁରୁତ୍ୱର ସହ ନେଇନଥିଲେ । ଯେଉଁଦିନ ଦାମବାବୁ ଦଳକୁ ବିଜୁ ଜନତା ଦଳ ନକହି ଦେବାଶିଷ- ବବି- ଅରୁଣ- କାର୍ତ୍ତିକେୟନ ଦଳ କହିଲେ ସେଦିନ ସଭାପତି କ୍ଷୁବ୍ଧ ହୋଇଥିଲେ ଓ ତାଙ୍କ ବହିଷ୍କାର ପାଇଁ ପଥ ପରିଷ୍କାର ହୋଇଥିଲା । ଦାମବାବୁ ଦଳର ବରିଷ୍ଠ ତଥା ଅନୁଭବି ନେତା ଥିଲେ । ବିଜୁ ବାବୁଙ୍କ ଅତ୍ୟନ୍ତ ଅନୁଗାମୀ ଥିଲେ । ଏଥିପାଇଁ ସେ ପ୍ରତିଷ୍ଠା କରିଥିଲେ ବିଜୁ ବିଚାର ମଞ୍ଚ । ଏହି ମଞ୍ଚ ପ୍ରତିଷ୍ଠା ହେବା ଦିନଠାରୁ ବିଜୁଙ୍କ ଗୁଣଗାନ କରିନାହିଁ । ତେଣୁ ଏବେ ବିଜୁଙ୍କ ଗୁଣଗାନ ପାଇଁ ଏହି ବରିଷ୍ଠ ନେତାଙ୍କୁ ଯଥେଷ୍ଟ ମିଳିବ । ଏଥିସହ ବିଜୁଙ୍କ ଅନୁଗାମୀ ଭାବେ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ପତିଆରା ଜାହିର କରି ସେ ପୁଣି ବିଧାନସଭାକୁ ଫେରିଲେ ସତ୍ୟ ଓ ନ୍ୟାୟର ବିଜୟ ହେବ ବୋଲି ଆମେ ଆଶା କରିବା । ଏଥିସହ ରାଜନୀତିରେ ସତ୍ୟ କଣ ତାହା ମଧ୍ୟ ଦାମ ବାବୁ ତର୍ଜମା କରିବାର ଏହା ହେଉଛି ସମୟ ।