ଦଳୀୟ ପାଣ୍ଠିକୁ ଗୋଟିଏ ମାସର ଦରମା ଦେବାକୁ ସାଂସଦ , ବିଧାୟକଙ୍କୁ ଲେଖିଲେ ପତ୍ର

Dec 24, 2018 - 18:02
 130
ଦଳୀୟ ପାଣ୍ଠିକୁ ଗୋଟିଏ ମାସର ଦରମା ଦେବାକୁ ସାଂସଦ , ବିଧାୟକଙ୍କୁ ଲେଖିଲେ ପତ୍ର
ଭୁବନେଶ୍ୱର, ୨୪/୧୨(ସକାଳଖବର): ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ତାର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହା ପୂର୍ବରୁ ନେତା, କର୍ମୀ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଚିଠିରେ ସେ ସାଂସଦ ଓ ବିଧାୟକଙ୍କ ଗୋଟିଏ ମାସର ଦରମାକୁ ଦଳୀୟ ପାଣ୍ଠିକୁ ଦେବାକୁ ଅନୁରୋଧ କରିଛନ୍ତି । ଏହା ସହିତ ପ୍ରତି ଜିଲ୍ଲାରୁ ଯେଉଁ ଶୁଭେଚ୍ଛୁ ଓ ସମର୍ଥକ ବିଜେଡି ଦଳକୁ ପାଣ୍ଠି ସଂଗ୍ରହ କରିବାରେ ସହଯୋଗ କରିବାକୁ ·ହୁଁଛନ୍ତି, ସେମାନେ ଚେକ କିମ୍ବା ଅନଲାଇନରେ ଏହାକୁ ଦେବା ପାଇଁ କୁହାଯାଇଛି ।ଜିଲ୍ଲା ସଭାପତିମାନେ ଏ ନେଇ ନିଶ୍ଚିତ କରିବେ ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ବିଜୁ ଜନତା ଦଳର ନୂଆ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ପ୍ରତି ପଂଚାୟତ ତଥା ସହରାଂଚଳର ଏହାସହ ପ୍ରତ୍ୟେକ ୱାର୍ଡରୁ ଅତିକମରେ ୨୦୦ ନୂତନ ସଭ୍ୟ ଯେପରି ଦଳରେ ଯୋଗଦାନ କରିବେ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ/ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠକମାନଙ୍କ ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତିମାନଙ୍କୁ ପତ୍ର ଲେଖିଛନ୍ତି । ସେ ଦଳୀୟ ସଂଗଠକମାନଙ୍କ ସଦିଚ୍ଛା, ସହଯୋଗ ଓ ସମର୍ଥନରେ ବିଜେଡି ରାଜ୍ୟବାସୀଙ୍କ ସେବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିବା ଆଶା କରୁଛନ୍ତି ଓ ଆଗାମୀ ଦିନରେ ଉତ୍ସର୍ଗୀକୃତ ମନୋଭାବ ନେଇ ଦଳକୁ ଶକ୍ତିଶାଳୀ କରିବାକୁ ସମସ୍ତେ ସବୁମତେ ଉଦ୍ୟମ କରିବା ସଂପର୍କରେସେ ଦୃଢ଼ ନିଶ୍ଚିତ । ଆମ ଦଳ ଶୃଙ୍ଖଳା, ଦଳୀୟ ଏକତା ଓ ରାଜ୍ୟବାସୀଙ୍କ ପାଇଁ ସେବା ମନୋଭାବ ଲାଗି ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ହେଉ ବୋଲି ସୁପ୍ରିମୋ ପରାମର୍ଶ ଦେଇଛନ୍ତିି । ସଭାପତି ଉଲ୍ଲେଖ କରିଛନ୍ତି ଯେ ବିଜୁ ଜନତା ଦଳର ପାଣ୍ଠିକୁ ସମସ୍ତ ଦଳୀୟ ସାଂସଦ ଓ ବିଧାୟକମାନେ ଅନୁ୍ୟନ ଏକମାସର ଦରମା ଅନୁଦାନ ଆକାରରେ ଦିଅନ୍ତୁ । ଦଳର ଜିଲ୍ଲା ସଭାପତିମାନେ ପ୍ରତି ଜିଲ୍ଲାରୁ ପାଣ୍ଠି ସଂଗ୍ରହ ଲାଗି ଯେଉଁସବୁ ଶୁଭେଚ୍ଛୁ ଓ ସମର୍ଥକମାନେ ଇଚ୍ଛୁକ, ସେମାନଙ୍କୁ ଚେକ ଆକାରରେ କିମ୍ବା ଅନଲାଇନ ଲିଙ୍କ (ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଭହୟକ୍ଟୟସଗ୍ଦଷବ.କ୍ଟକ୍ସଶ.ସଦ୍ଭ/ୟକ୍ଟଦ୍ଭବଗ୍ଧସକ୍ଟଦ୍ଭ) ମାଧ୍ୟମରେ ଏହି ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ନିଜ ନିଜ ଅଂଚଳର ଜନସାଧାରଣଙ୍କ ସେବାରେ ଆପଣମାନେ ନିଜକୁ ସମର୍ପିତ କରିଛନ୍ତି । ବିଭିନ୍ନ ସମସ୍ୟା, ସୁବିଧା ଅସୁବିଧା, ଅଭାବ ଏବଂ ଆବଶ୍ୟକତା ସହିତ ନିଜକୁ ସାମିଲ କରିବା ସହ ଲୋକଙ୍କ ସୁଖ ଦୁଃଖରେ, ବିଭିନ୍ନ ସାମାଜିକ କାର୍ଯ୍ୟରେ, ପର୍ବପର୍ବାଣୀ ତଥା ଆନୁଷ୍ଠାନିକ କାର୍ଯ୍ୟରେ ଆପଣ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହିଛନ୍ତି । ଆପଣମାନଙ୍କ ଏଭଳି ସାମାଜିକ ପ୍ରତିବଦ୍ଧତା ଯୋଗୁ ବିଜୁ ଜନତା ଦଳ ଆଜି ଓଡ଼ିଶାବାସୀଙ୍କ ନିକଟରେ ଗ୍ରହଣୀୟ ହୋଇଛି ଏବଂ ଆପଣମାନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ଏବଂ ଭରସା ଲଗାତାର ଭାବରେ ବଢ଼ି ଚାଲିଛି । ଜଏହା ରାଜନୈତିକ ବିଶ୍ୱାସ ଊଦ୍ଧ୍ୱର୍ରେ ଏକ ଆସ୍ଥା ଯାହା ରାଜ୍ୟର ଜନସାଧାରଣ ଆମ ଉପରେ ସ୍ଥାପନା କରିଛନ୍ତି । ଆମେ ସବୁଦିନେ ସେମାନଙ୍କର ଆସ୍ଥାଭାଜନ ହୋଇ ରହିବା, ଏହା ଆମ ରାଜନୀତିର ମୂଳ ମନ୍ତ୍ର ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।