ଦଳ ଓ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇ ଦିଲୀପ ଯିବେ ବିଦେଶ

Nov 29, 2018 - 14:33
 363
ଦଳ ଓ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇ ଦିଲୀପ ଯିବେ ବିଦେଶ
ଭୁବନେଶ୍ୱର,୨୯/୧୧(ସକାଳଖବର): ବିଜେପିର ୨ ବରିଷ୍ଠ ନେତା ମଧ୍ୟରୁ ରାଉରକେଲା ବିଧାୟକ ଦିଲୀପ ରାୟ ଆସନ୍ତାକାଲି ବିଜେପି ଛାଡ଼ୁଥିବା ଜଣାପଡ଼ଛି । କେବଳ ଦିଲୀପ ଯେ ଖାଲି ଦଳ ଛାଡ଼ିବେ ସେକଥା ନୁହେଁ ସେ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇଦେବେ ବୋଲି ମଧ୍ୟ ନିର୍ଭର୍ରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଦିଲୀପ ରାୟ ସଂପ୍ରତ୍ତି ରାଉକେଲାର ବିଧାୟକ ଅଛନ୍ତି । ବିଜେପି ଦଳ ଟିକେଟରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ଦଳ ପରିତ୍ୟାଗ କରିବା ପରେ ବିଜେପିର ସଭ୍ୟ ଭାବେ ମଧ୍ୟ ସେ ଆଉ ରହିବାକୁ ଚାହିଁବେ ନାହିଁ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ଏମିତତ ବିଧାନସଭା ନିର୍ବାଚନ ଆଉ ମାତ୍ର ୪ ମାସ ବାକି ରହିଛି । ତେଣୁ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଲେ ମଧ୍ୟ ରାଉରକେଲା ପାଇଁ ଆଉ ଉପନିର୍ବାଚନ ହେବାର ନାହିଁ । ବିଧାନସଭା ପାଇଁ ଏକତ୍ର ନିର୍ବାଚନ ହେବ । ଯେଉଁ ଦଳର ସଭ୍ୟ ପଦ ପରିତ୍ୟାଗ କରିବେ ସେ ଦଳର ବିଧାନସଭା ସଭ୍ୟ ପଦ ମଧ୍ୟ ପରିତ୍ୟାଗ କରି ଦିଲୀପ ବାବୁ ରାଜନୀତିରେ ନୈତିକ ପରମ୍ପରା ପ୍ରତିଷ୍ଠା କରିପାରିବେ । ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତିରେ ମଧ୍ୟ ଉନ୍ନତି ଘଟିପାରିବ । ଏପ୍ରକାର ଚିନ୍ତାରେ ଏବେ ଦିଲୀପ ବାବୁ ରହିଛନ୍ତି । ଉଭୟ ଦଳ ଓ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇସାରିବା ପରେ ଦିଲୀପ ବାବୁ ତୁରନ୍ତ ବିଦେଶ ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଦେଶରୁ ଫେରିବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ରଣନୀତି ସ୍ଥିର କରିବେ ବୋଲି ଜଣାପଡ଼ିଛି । ତେଣୁ ଦିଲୀପଙ୍କ ଅନ୍ତରଙ୍ଗ ବିଜୟ ମହାପାତ୍ର ମଧ୍ୟ ନିଜର ସ୍ଥିତି ଅସନ୍ତାକାଲି ପ୍ରକାଶ କରିବେ ବୋଲି ଜଣାପଡ଼ିଛି ।