ବିଜେପି ସରକାରକୁ ଆସିଲେ ମହିଳାଙ୍କୁ ବିନା ସୁଧରେ ୨୫ ହଜାର ଟଙ୍କା ଋଣ ଦେବ-ଧର୍ମେନ୍ଦ୍ର

Jan 6, 2019 - 18:00
 198
ବିଜେପି ସରକାରକୁ ଆସିଲେ ମହିଳାଙ୍କୁ ବିନା ସୁଧରେ ୨୫ ହଜାର ଟଙ୍କା ଋଣ ଦେବ-ଧର୍ମେନ୍ଦ୍ର
ଭଞ୍ଜନଗର,୬/୧(ସକାଳଖବର):ରାଜ୍ୟରେ ବିଜେପି ସରକାର ଆସିଲେ ମହିଳାମାନଙ୍କୁ ବ୍ୟବସାୟ କରିବା ପାଇଁ ବିନା ସୁଧରେ ୨୫ ହଜାର ଟଙ୍କା ଲେଖାଁଏ ଋଣ ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଜଗନ୍ନାଥ ପ୍ରସାଦରେ ଅନୁଷ୍ଠିତ ଜନପରାମର୍ଶ ପଦଯାତ୍ରା ଓ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯେଗାଦେଇ ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏଥିସହ ଓଡିଶାର ବିକାଶରେ ନବୀନ ସରକାର ବାଧା ସାଜୁଛନ୍ତି ବୋଲି ସେ କହିଛନ୍ତିି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଶାସନରେ ରହିବା ପରେ ଏ ସରକାର ଲୋକଙ୍କୁ ପିଇବାପାଣି, ଚାଷଜମିକୁ ଜଳସେଚନ, ବିଦ୍ୟାଳୟକୁ ଶିକ୍ଷକ, ଡାକ୍ତର ଖାନାକୁ ଡାକ୍ତର ଦେବାରେ ବିଫଳ ହୋଇଛନ୍ତି । କେବଳ ୧୯ ବର୍ଷ ସରକାରର ଦମ୍ଭୋକ୍ତି ଦେଖାଇ ନିଜର ଆତ୍ମପ୍ରଚାରରେ ଲାଗିଛନ୍ତି । ଓଡିଶାର ଶିକ୍ଷକଙ୍କୁ ଦରମା ଦେବାପାଇଁ ପାଖରେ ଅର୍ଥଦେଇ ପାରୁନଥିବା ସରକାର ଶାହାରୁଖ ଖାଁ ଓ ସଲମାନ ଖାଁକୁ ଆଣି ନଚାଇବା ପାଇଁ ତାଙ୍କ ପାଖରେ ପଇଷା ଅଛି । ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଚାଷୀଙ୍କୁ ତାଙ୍କ ହକ୍ ଦେବାରେ ସରକାର ବିଫଳ ହୋଇଛନ୍ତି । ମୋଦି ସରକାର ଚାଷୀଙ୍କ ପାଇଁ ଧାନର କୁଇଟାଂଲ ପ୍ରତି ୧୭୫୦ ଟଙ୍କାର ସହାୟକ ମୂଲ୍ୟ ଦେଉଥିବା ବେଳେ ନବୀନ ବାବୁଙ୍କ ବ୍ୟବସ୍ଥା ଆଜି ଚାଷୀମାନଙ୍କୁ ଧାନ କୁଇଟାଂଲକୁ ୧୦୦୦ ରୁ ୧୨୦୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ କରୁଛି । ଏବେ କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ଦିଲୀ ଯାଉଛନ୍ତି ନବୀନ ବାବୁ । ତୃତୀୟ ମହଲାରେ ବସିଥିବା କିଛି କଳାପାହଡ ମାନେ ଓଡିଆ ଲୋକଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଗୃହ ଜିଲ୍ଲାରେ ଆଜି ଜଳସେଚନ କରିପାରିନାହାନ୍ତି । ମୋଦି ସରକାର ନିଷ୍ପତି ନେଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରେ ଘରେଘରେ ପାଇପ ଯୋଗେ ଗାାସ ପହଁଚାଇବା ପାଇଁ । ଜଗନ୍ନାଥ ପ୍ରସାଦ ବ୍ଲକରେ ଘରେ ପାଇପ ଯୋଗେ ପିଇବା ପାଣି ଆସୁଛି କି ? ଜଣେ ୧୯ ବର୍ଷର ଶାସନରେ ପାଇପରେ ପାଣି ମୁନେ୍ଦ ଯୋଗାଇ ପାରିଲା ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାଢେ ୪ ବର୍ଷ ସରକାର ଗଞ୍ଜାମରେ ପାଇପ ଲାଇନ ମାଧ୍ୟମରେ ଘରେ ଘରେ ଗ୍ୟାସ ପହଁଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଉଜ୍ଜଳା ଗ୍ୟାସକୁ ବଦନାନ କରିବା ପାଇଁ ନବୀନ ବାବୁ ଚକ୍ରାନ୍ତ କରିଛନ୍ତି । ନବୀନ ବାବୁ ଗତକାଲି ନରେନ୍ଦ୍ର ମୋଦିଙ୍କୁ ଡରି ପୁରୀରେ ସଭା କରାଇଲୋ ଜଣେ ଭଉଣୀଙ୍କ ଦ୍ୱାରା କୁହାଇଲେ ଆମେ ଘରେ ବାନ୍ଧି ହୋଇ ରହିବାକୁ ଚାହୁଁନୁ । ଉଜ୍ଜଳା ଗ୍ୟାସ ପାଇବା ଦ୍ୱାରା ଆଜି ମହିଳା ମାନଙ୍କର ସାମାଜିକ, ଆର୍ଥିକ ବିକାଶ ହେବାସହ ମହିଳା ସଶକ୍ତିକରଣ ହୋଇପାରିଛି ବୋଲି ସେ କହିଛନ୍ତି ।