ତୀର୍ଥଯାତ୍ରାରେ ଗଲେ ୧୦୫୦ ବରିଷ୍ଠ ନାଗରିକ

Feb 15, 2019 - 19:45
 206
ତୀର୍ଥଯାତ୍ରାରେ ଗଲେ ୧୦୫୦ ବରିଷ୍ଠ ନାଗରିକ
ଭୁବନେଶ୍ୱର, ୧୫/୨( ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟରୁ ଭିଡିଓ କନଫରେନ୍ସିଂ ଯୋଗେ ୧୦୫୦ ଜଣ ବରିଷ୍ଠ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ବ୍ରହ୍ମପୁରରୁ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରାରେ ଭେଲକାନୀ ଓ ତାେଂଜାର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ମାନଙ୍କୁ ଶୁଭକାମନା ଜଣାଇଥିଲେ । ଯାତ୍ରୀମାନେ ସେମାନଙ୍କ ପ୍ରତିକ୍ରିୟାରେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ସେମାନଙ୍କ ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୬ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧୦ଟି ଟ୍ରେନ୍ ର ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଛନ୍ତି । ବ୍ରହ୍ମପୁର , ଭୁବନେଶ୍ୱର , ସମ୍ବଲପୁର , ବାଲେଶ୍ୱର , ଟିଟିଲାଗଡ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ୱରମ୍ ,ମଦୁରାଇ , ଆହ୍ଲାବାଦ୍ , ବାରାଣାସୀ , ରିଷିଶେ , ହରିଦ୍ୱାର , ଆଜମେର , ପୁଷ୍କର , ତିରୁପତି , ଭେଲୋର , ଶିରିଡି , ନାସିକ , ତ୍ରୟମ୍ବକେଶ୍ୱର , ଆଗା୍ର, ଫତେପୁରସିକ୍ରି , ମଥୁରା ଆଦି ସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍ ରେ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରହିଛି । ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା , ପର୍ଯ୍ୟଟନ ସଚିବ ଓ ନିଦେ୍ର୍ଧଶକ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରହ୍ମପୁର ରେଳଷ୍ଟେସନ୍ ରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।