ଅଧାରେ ରହିଲା ଜଗା ଦର୍ଶନ, ପିଟି ଦେଲା ଟ୍ରକ୍‌

Dec 22, 2021 - 05:15
 90
ଅଧାରେ ରହିଲା ଜଗା ଦର୍ଶନ, ପିଟି ଦେଲା ଟ୍ରକ୍‌
ପୁରୀ: ଜଗା ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ ତିନି ସାଙ୍ଗ। ହେଲେ ତାଙ୍କର ଏହି ଇଛା ପୂରଣ ହେଲା ନାହିଁ। ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇସାଙ୍ଗଙ୍କ ଜୀବନ। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ମାଳତୀପାଟପୁର ବ୍ରିଜରେ। ମୃତ ଯୁବକ ଦ୍ୱୟ ହେଲେ ସିର୍ଦ୍ଧାଥ ଦାସ ଓ ତ୍ରିଲୋଚନ ପ୍ରଧାନ। ଆହତ ଯୁବକ ଜଣଙ୍କ ହେଲେ ପ୍ରଦୀପ ଦାଶ। ସମସ୍ତଙ୍କ ଘର ପୁରୀ ଜିଲ୍ଲା ପିପିଲିରେ ବୋଲି ଜଣାପଡ଼ିଛି। ସିର୍ଦ୍ଧାଥ ଜଣେ ଭଲ କବାଡି ଖେଳାଳି ଥିଲେ।