ତାଳଚେର ଖଣି ଖାଦନ ପ୍ରଜା ସଂଘ ଜିଲ୍ଲାପଳ କାର୍ଯ୍ୟାଳୟ ଘେରାଉ

Oct 13, 2018 - 18:09
 160
ତାଳଚେର ଖଣି ଖାଦନ ପ୍ରଜା ସଂଘ ଜିଲ୍ଲାପଳ କାର୍ଯ୍ୟାଳୟ ଘେରାଉ
ଅନୁଗୋଳ,୧୨/୧୦ (ସକାଳଖବର): ତାଳଚେର ଅଞ୍ଚଳରେ ବହୁ ଖଣି ଖାଦନ ଥିବା ଯୋଗୁଁ ପରିବେଶ ପ୍ରଦ୍ୟୁଷଣ ତୀବ୍ର ହୋଇପଡ଼ିଛି । ଆଉ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖଣି ଖାଦନ ଅଞ୍ଚଳ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ଉକôଟ ରୂପ ଦେଖାଦେଇଛି । ତେଣୁ ଆଜି ତାଳଚେର ଖଣି ଖାଦନ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ଜିଲାପାଳ ଅଫିସ ଘେରିଥିବା ଜଣାଯାଇଛି । କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ଇଂ. ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଜିଲାପାଳଙ୍କ ଅଫିସ ସମ୍ମୁଖକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କର ୬ ଦଫା ଦାବୀ ଯଥା ୧.ତାଳଚେରରେ କାର୍ଯ୍ୟରତ ଘରୋଇ କମ୍ପାନୀ ଗୁଡ଼ିରେ ରାଜ୍ୟସରକାରଙ୍କ ନିୟମ ଅନୁଯାୟୀ ସ୍ଥାନୀୟ ୯୦ ପ୍ରତିଶତ ବେକାରଙ୍କୁ ନିଯୁକ୍ତି ୨. ତାଳଚରେ ଉପଖଣ୍ଡ ପାଇଁ ବାର୍ଷିକ ଅନୁନ ୫ଶହ କୋଟି ଟଙ୍କାର ୧୦ ବର୍ଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ୟାକେଜ ୩. ଏମସିଏଲ ପୋଖରୀଆ କୋଇଲା ଖଣି ଦ୍ୱାରା କୃତିମ ମାଟି ଗଦାର ଲଣ୍ଡା ପାହାଡ଼ ଓ କୃତିମ ପୋଖରୀକୁ ସମତଳ କରିବା ଦାୟିତ୍ୱ କ୍ଷତିଗ୍ରସ୍ତ ପ୍ରଜା ସଂଘକୁ ପ୍ରଦାନ ୪. କୋଇଲା ବୋଝେଇ ଟ୍ରେନରେ ପାଲ ଭିଡ଼ି ପ୍ରଦ୍ୟୁଷଣ ରୋକିବା ଓ ୧୦ ହଜାର ବେକାର ଯୁବକଙ୍କୁ ନିଯୁକ୍ତି ସୃଷ୍ଟି କରିବା ୫. କଣିହାଁରୁ ଏକ ଆଞ୍ଚଳିକ ଯାତ୍ରୀବାହୀ ଟ୍ରେନ ତାଳଚେର ଦେଇ ରାଜଧାନୀ ଚଳାଚଳ କରିବା ଓ ୬. ତାଳଚେର ପ୍ରଦ୍ୟୁଷଣ ରୋକିବା ପାଇଁ ଡ଼ିଏମ୍ଏଫ୍ ଫଣ୍ଡରୁ ବର୍ଷକୁ ଶହେ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ ଦାବୀ ନେଇ ଆଜି କ୍ଷତିଗ୍ରସ୍ତ ପ୍ରଜା ସଂଘ ତାଙ୍କର ଦାବୀପତ୍ରକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାଯାଇଛି ।