ଢେଙ୍କାନାଳ ସିଭିଲ କୋର୍ଟ ୭୨ ଘଣ୍ଟା ଯାଏଁ ସିଲ୍‌, ଏକାଧିକ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ

Jan 24, 2022 - 07:22
 85
ଢେଙ୍କାନାଳ ସିଭିଲ କୋର୍ଟ ୭୨ ଘଣ୍ଟା ଯାଏଁ ସିଲ୍‌, ଏକାଧିକ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ
ଢେଙ୍କାନାଳ ୨୪।୦୧: ଢେଙ୍କାନାଳ ସିଭିଲ କୋର୍ଟ ସିଲ୍‌ । ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିବା ସିଲ୍‌ କଲା ପୌର ପ୍ରଶାସନ । ଏହି ସମୟରେ ପୁରା କୋର୍ଟ ପରିସର କାହାର ପ୍ରବେଶ ଉପରେ କଟକଣା ରହିଛି । ଯଦି କେହି ଏହାର ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଢେଙ୍କାନାଳ ସିଭିଲ କୋର୍ଟରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପର୍ଯ୍ୟାୟକ୍ରମଏ କୋର୍ଟର ପ୍ରାୟ ୧୦ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାଫଳରେ ସିଭିଲ କୋର୍ଟ ପରିସରକୁ ଆଜି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ଏପିରିକି ଆଗାମୀ ୭୨ ଘଣ୍ଟା ପାଇଁ କୋର୍ଟକୁ ପୌର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଆଗାମୀ ୨୭ ତାରିଖ ସକାଳ ୭ଟା ଯାଏଁ କୋର୍ଟ ପରିସର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ରହିବ ।