ଠାକୁରଙ୍କ ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତୁ ଏକାଠି ହୋଇ ସୁନ୍ଦର ଓଡ଼ିଶା ଓ ସୁନ୍ଦର ଭାରତ ଗଠନ କରିବା: ମୁଖ୍ୟମନ୍ତ୍ରୀ

Jan 8, 2023 - 08:11
 43
ଠାକୁରଙ୍କ ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତୁ ଏକାଠି ହୋଇ ସୁନ୍ଦର ଓଡ଼ିଶା ଓ ସୁନ୍ଦର ଭାରତ ଗଠନ କରିବା: ମୁଖ୍ୟମନ୍ତ୍ରୀ
ପୁରୀ: ସତସଙ୍ଗ ଆଜି ଦେଶର ଏକ ବଡ଼ ଆଧ୍ୟାତ୍ମିକ ଏବଂ ସାମାଜିକ-ସଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି। ସତସଙ୍ଗର ଲକ୍ଷଲକ୍ଷ ଅନୁମାଗୀ ସମାଜ କଲ୍ୟାଣ ଲାଗି କାମ କରୁଛନ୍ତି। ଶ୍ରୀଶ୍ରୀଠାକୁରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତୁ ଏକ ସୁନ୍ଦର ଓଡ଼ିଶା ଓ ସୁନ୍ଦର ଭାରତ ଗଠନ ଲାଗି ଏକାଠି ହୋଇ କାମକରିବା ବୋଲି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୁରୀଠାରେ ଅନୁଷ୍ଠିତ ହେଉଥିବା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୧ତମ ଉତ୍କଳ ଆଗମନୀର ସ୍ମୃତି ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଉପସ୍ଥିତ ସତସଙ୍ଗୀ ଓ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି ପ୍ରଥମେ ଜୟ ଜଗନ୍ନାଥ ଓ ଜୟଗୁରୁ ବୋଲି କହିଥିଲେ । ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶହେ ବର୍ଷ ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଆଗ୍ରହ କ୍ରମେ ଶ୍ରୀଶ୍ରୀଠାକୁର ଭକ୍ତମାନଙ୍କ ସହ ପୂର୍ବବଙ୍ଗରୁ ଓଡ଼ିଶା ଆସିଥିଲେ। ଏହାର ସ୍ମୃତିରେ ପାଳନ ହେଉଥିବା ଉତ୍ସବର ଏହି ସ୍ବର୍ଣ୍ଣିମ ମୁହୁର୍ତ୍ତରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।