ଝରକା ଡେ଼ଇଁ ଫେରାର ଆସାମୀର ଟେର ପାଇ ନାହିଁ ପୁଲିସ

Jun 23, 2018 - 14:36
 145
ବାରିପଦା୨୨/୬(ସକାଳଖବର): ଏକ ଫୌଜଦାରୀ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସନ୍ତୋଷ ସାହୁଙ୍କୁ ଗିରଫ କରି ଗତ ମଙ୍ଗଳବାର ବେତନଟୀ ଏସଡ଼ିଜେଏମ କୋର୍ଟରେ ହାଜର କରାଇବା ପରେ ତାଙ୍କର ଜାମିନ ନାମଜୁର ହୋଇଥିଲା । ତାକୁ ବାରିପଦା ମଣ୍ଡଳ କାରାଗାରକୁ ମାଣିକ ନାମକ ଏକ ଘରୋଇ ବସରେ ବୈଶିଙ୍ଗା ଥାନାର ଦୁଇ ଜଣ କନେଷ୍ଟବଳ ନେଇ ଆସୁଥିବା ସମୟରେ ବାରିପଦା ପୌରପରିଷଦର ୱାଡର଼୍ ନଂ-୫ରେ ଥିବା ଜନଗହଳି ପୂର୍ଣ୍ଣ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟ ସମ୍ମୁଖ ବସ ଷ୍ଟପେଜରେ ଯାତ୍ରୀ ଉହ୍ଲାଇବା ନିମନ୍ତେ ବସଟି ଛିଡ଼ା ହେବାର ସୁଯୋଗ ନେଇ ଝରକା ଡେ଼ଇଁ ଆସାମୀ ସନ୍ତୋଷ ସାହୁ ଫେରାର ହୋଇଯାଇଛିା