ଏସ୍ସିବି: ବୃକକ୍ ରୋଗୀଙ୍କୁ ମିଳୁନି ଚିକିତ୍ସା ପାଣ୍ଠି ସୁବିଧା

Apr 30, 2018 - 13:38
 127
ଏସ୍ସିବି: ବୃକକ୍ ରୋଗୀଙ୍କୁ ମିଳୁନି  ଚିକିତ୍ସା ପାଣ୍ଠି ସୁବିଧା
କଟକ, ୩୦/୪( ସକାଳଖବର): ଗୁରୁତର ରୋଗୀଙ୍କ ଚିକିତ୍ସାପାଇଁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସଟିଏଫ)ରୁ ଆର୍ଥିକ ସହାୟତ ଯୋଗାଇଦେବାର ସରକାରୀ ଯୋଜନା ରହିଛି । କିନ୍ତୁ ଗତ ଜାନୁୟାରୀ ମାସରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ଜଣେ ବୃକକ୍ ରୋଗୀଙ୍କୁ ଏହି ପାକ୍ରୁ ସହାୟତା ବନ୍ଦ କରାଯାଇଥିବା ଅଭିଯୋଗ ହେଉଛି । ଫଳରେ ମାଗଣାରେ ଡାଏଲିସିସ ମିଳୁଥିଲେ ମଧ୍ୟ ରୋଗୀଙ୍କୁ ଓøଷଧ ତଥା ଇଞ୍ଜେକସନ କିଣିବା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଛି । ବ୍ରହ୍ମପୁର ଅଞ୍ଚଳର ସନ୍ତୋଷ ସେଠୀ(୩୨) ଏକ ପାଉଁରୁଟି କମ୍ପାନୀରେ କର୍ମଚାରୀଭାବେ କାର୍ଯ୍ୟ କରନ୍ତି । ଜ୍ୱର ଓ ଜଣ୍ଡିସ ହେବାରୁ ସେ ୨୦୧୬ ମସିହା ଜାନୁୟାରୀ ୧୭ ତାରିଖରେ କଟକ ବଡ ମେଡିକାଲ ଆସିଥିଲେ । ତାଙ୍କର ନିଦାନ ପରୀକ୍ଷା ହେବାରୁ କିଡନୀ ଖରାପ ବୋଲି ଜଣାପଡିଥିଲା । ଫଳରେ ତାଙ୍କ ଡାଏଲିସିସ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ୩୦୪ ଥର ଡାଏଲିସିସ କରାଯାଇଥିବା ସନ୍ତୋଷ ପ୍ରକାଶ କରିଛନ୍ତି । ସେ ଦାରିଦ୍ର୍ୟ ସୀମାରେଖା ତଳେ ଆସୁଥିବାରୁ ତାଙ୍କପାଇଁ ଓଏସଟିଏଫ ଉପଲବ୍ଧ ହୋଇଥିଲା । ଫଳରେ ତାଙ୍କର ଡାଏଲିସିସ ଏବଂ ଓøଷଧ ଖର୍ଚ୍ଚ ମାଗଣାରେ ମିଳୁଥିଲା । କିନ୍ତୁ ଜାନୁୟାରୀ ମାସରୁ ଡାଏଲିସିସ ମାଗଣାରେ ଉପଲବ୍ଧ ହେଉଥିଲେ ମଧ୍ୟ ତାଙ୍କୁ ଓଏସଟିଏଫ ସୁବିଧା ମିଳିନଥିଲା । ଫଳରେ ସେ ବିଭିନ୍ନ ଇଞ୍ଜେକସନ ବାବଦକୁ ୧୪୦୦ ଟଙ୍କାରୁ ୩ ହଜାର ପର୍ଯ୍ୟନ୍ତ ନିଜ ହାତରୁ ଖର୍ଚ୍ଚ କରୁଛନ୍ତି । ଅପରପକ୍ଷେ, ତାଙ୍କ ପତ୍ନୀଙ୍କର ବୃକକ୍ ନିଆଯାଇ ତାଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ସହମତି ରହିଛି । କିନ୍ତୁ ତାହା ଦୁର୍ବଳ ଥିବାରୁ ଡାକ୍ତର ଗ୍ରହଣ କରୁନାହାନ୍ତି । ଏନେଇ ରାଜ୍ୟ ସରକାର ଇଞ୍ଜେକସନ ଏବଂ ଓøଷଧ କିଣିବା ପାଇଁ ଓଏସଟିଏଫ ସୁବିଧା ଯୋଗାଇ ଦେବାକୁ ସନ୍ତୋଷ ଦାବି କରିଛନ୍ତି ।