ଜୀବନ ସଂଗ୍ରାମରେ ପକ୍ଷାଘାତ ରୋଗୀ ଶୁକ୍ରୁ

Aug 19, 2018 - 17:47
 328
ଜୀବନ ସଂଗ୍ରାମରେ ପକ୍ଷାଘାତ ରୋଗୀ ଶୁକ୍ରୁ
ଅନୁଗୋଳ,୧୯/୮ (ସକାଳଖବର): ଜୀବନ ସଂଗ୍ରାମରେ ଜଣେ ପକ୍ଷାଘାତ ରୋଗୀ ଅନବରତ ଲଢେ଼ଇ ଜାରି ରଖିଛନ୍ତି । ଚାଷବାସ କରି ଜୀବନ ନିର୍ବାହ କରୁଥିବା ଜଣେ ଚାଷୀ ପକ୍ଷାଘାତ ରୋଗୀରେ ଆକ୍ରାନ୍ତ ହେବାପରେ ଅକର୍ମଣ୍ୟ ହୋଇପଡ଼ିଛନ୍ତି । ଏଥିସହ ଜୀବନ ଜୀବିକା ନିର୍ବାହ କରିବା ପାଇଁ ହନ୍ତସନ୍ତ ହେଉଛନ୍ତି । ଏଭଳି ଅବସ୍ଥାରେ ଗତି କରୁଛନ୍ତି ଅନୁଗୋଳ ବ୍ଲକ ଟାଇଁସି ଗ୍ରାମପଞ୍ଚାୟତ ହିଞ୍ଜାଡେ଼ାଲି ଗାଁର ପକ୍ଷାଘାତ ରୋଗୀ ଶୁକ୍ରୁ ସାହୁ (୬୨) । ବାମପାଶ୍ୱର୍ରେ ପକ୍ଷାଘାତ ଆକ୍ରାନ୍ତ ସାଙ୍ଗକୁ ବୟସର ଚାପରେ ହାରି ଯାଇଛନ୍ତି ଶୁକ୍ରୁ । ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ଶୁକ୍ରୁ ଦୀର୍ଘ ୧ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତହେଲେ । ଚିକିସôା ନିମନ୍ତେ ଯାହା ରୋଜଗାର ଥିଲା ତାହା ସଂପୂର୍ଣ୍ଣ ଚାଲିଗଲା । ତେବେ ଅର୍ଥ ଅଭାବରୁ ଉନ୍ନତ ଚିକିସôା ହୋଇପାରୁନାହିଁ । ତେଣୁ ସବୁଦିନ ପାଇଁ କାର୍ଯ୍ୟ କରିବା କ୍ଷମତା ହରାଇଲେ । ତେବେ ଜୀବନ ବଞ୍ଚାଇବା ପାଇଁ ସରକାରୀ ଭତ୍ତା ପାଇବା ପାଇଁ ତିନି ଥର ଆବେଦନ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚôତ ହୋଇଛନ୍ତି । ତେଣୁ ତୁରନ୍ତ ପକ୍ଷାଘାତ ରୋଗୀ ଶୁକ୍ରୁକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।