ନାଲକୋ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ୍

Aug 19, 2018 - 17:46
 199
ଅନୁଗୋଳ,୧୯/୮ (ସକାଳଖବର): ନାଲକୋନଗର ଥାନା ଅନ୍ତର୍ଗତ କନ୍ୟାବେଡ଼ା ରେଲୱେ ବି୍ରଜ ନିକଟରେ ଚାଲିଛି ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍ । ସୂର୍ଯ୍ୟ ବୁଡ଼ିଲେ ଏଠାରେ ଅପରାଧିଙ୍କ ତାଣ୍ଡବ ପଥଚାରୀଙ୍କୁ ଭୟଭୀତ କରାଇଛି । ଲଗାତର ଏହି ରାସ୍ତାରେ ଲୁଟପାଟ ଚାଲିଥିବା ବେଳେ ଶୁକ୍ରବାର ରାତି ୧୦ଟା ୩୦ରେ କୁରୁଡେ଼ାଲ ଗ୍ରାମର ସୁମନ୍ତ ସାହୁ (୨୪)ଙ୍କ ଠାରୁ ଡ଼କାୟତି ଉଦ୍ୟମ ପୁଣି ଆଲୋଡ଼ନ ସୃଷ୍ଟି କରିଛି । ସୁମନ୍ତ ତୁରଙ୍ଗରୁ ବାଇକ ଯୋଗେ ଏକୁଟିଆ ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ । ସୁମନ୍ତ ବିପଦ ଜାଣି ପାରି ଖସି ଯିବାକୁ ଚାହିଁଥିଲେ ମଧ୍ୟ ଚାରିପଟୁ ଘେରି ଯୁବକମାନେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ତାଙ୍କ ଠାରୁ ମୋବାଇଲ ଓ ହେଲମେଟ୍ ନେଇ ଯାଇଥିଲେ । ଦୁଇଜଣ ଯୁବକ ସୁମନ୍ତଙ୍କୁ କାବୁ କରିଥିବା ବେଳେ ଆଉ ଜଣେ ତାଙ୍କ ମନିପର୍ସ ଓ ବ୍ୟାଗ ଭିଡ଼ୁଥିଲେ । ସେତେବେଳେ ଅପରପାଶ୍ୱର୍ରୁ ଏକ ଗାଡ଼ି ଆସିଯିବାରୁ ଦୁର୍ବୃତ୍ତ ତିନିଜଣ କନ୍ୟାବେଡ଼ା-ଏଫ୍ସିଆଇ ରାସ୍ତା ଦେଇ ବାଇକ୍ରେ ଫେରାର ହୋଇଯାଇଥିଲେ । ଫଳରେ ସୁମନ୍ତ ଜୀବନ ବଞ୍ଚାଇ ଆସିବାରେ ସକ୍ଷମ ହୋଇଥିଲେ । ପରେ ସେ ନାଲକୋ ଥାନାରେ ପହଞ୍ଚô ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନାଲକୋ ପୁଲିସ ସୁମନ୍ତଙ୍କୁ ଡ଼ାକ୍ତରୀ ମାଇନା କରାଇବା ସହ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରୁଛି । କିନ୍ତୁ ୨୪ ଘଣ୍ଟା ପରେ ମଧ୍ୟ ମାମଲା ରୁଜୁ ହୋଇନାହିଁ । ତେବେ ସୁମନ୍ତଙ୍କ ମୋବାଇଲକୁ ଟ୍ରାକ୍ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ହେଉଥିବା ପୁଲିସ୍ କହିଛି । କେବଳ ଏହି ଘଟଣା ନୁହେଁ, ନାଲକୋ ଥାନା ଅଧିନରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ୬ ମାସ ହେବ ଏହି ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ନିରୀହ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି । ଥାନା ଠାରୁ ମାତ୍ର ୧୦୦ମିଟର ଦୂରରେ ନାଲକୋ ଷ୍ଟେଟ ବ୍ୟାଙ୍କ ନିକଟରୁ ଶୁକ୍ରବାର ମଧ୍ୟରାତି୍ରରେ ବରୁଣ ସାହୁଙ୍କର ଗୋଟିଏ ଇଣ୍ଡିଗୋ କାର୍ (ଓଆର ୧୯ ପି - ୦୧୮୬) ଚୋରୀ ହୋଇଛି । ୧୮ ତାରିଖ ଦିନ ଏହା ବିକ୍ରି ପାଇଁ ଦର ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିକ୍ରି ପୂର୍ବରୁ ଏହା ଚୋରୀ ହୋଇଯାଇଛି । ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଚୋରର ଟେର୍ ପାଇ ନାହିଁ ।