ଭୁବନେଶ୍ୱର ଏମସ୍ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

Aug 1, 2018 - 19:28
 161
ଭୁବନେଶ୍ୱର ଏମସ୍ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର,୧/୮(ସକାଳଖବର): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ଆଇନ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଭୁବନେଶ୍ୱର ଏ.ଆଇ.ଆଇ.ଏମ୍.ଏସ୍ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନାଙ୍କର ଆଜି ଏହା ପ୍ରଥମ ଗସ୍ତ ଥିଲା ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଅନୁଷ୍ଠାନର ନିଦେ୍ର୍ଧଶିକା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ଏଠାରେ ରୋଗୀ ସେବା , ଫାକଲିଟି , ପାରାମେଡିକ ପଦବି ଏବଂ ଆଗାମୀ ଯୋଜନା ସଂପର୍କରେ ପଚାରି ବୁଝିଥିଲେ । ଏମସ୍ ଆଗାମୀ ସଂପ୍ରସାରଣ ଯୋଜନା ଏବଂ ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପାଖରେ କିଛି କାର୍ଯ୍ୟ ଥିଲେ ତାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି । ତେବେ ଏମସ୍ ତରଫରୁ ଜଣେ ନୋଡାଲ ଅଫିସର ସରକାରଙ୍କ ସହ ଯୋଗାଯୋଗ ରକ୍ଷାକରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏମସ୍ର ନିଦେ୍ର୍ଧଶିକା ପ୍ରଫେସର ଡାଃ ବି.ବାଟନମାନେ ବର୍ତମାନ ସୁଦ୍ଧା ଏଠାରେ ମଞ୍ଜୁର ପ୍ରାପ୍ତ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ ଓ ପାରାମେଡିକଲ ପଦବି , ସେଥିରୁ କେତେ ପୁରଣ ହୋଇଛି ଏବଂ ଖାଲି ଥିବା ପଦବି ପୁରଣ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ , ଶଯ୍ୟା ସଂଖ୍ୟା ଏବଂ ଆଗମୀ ଦିନରେ ବୃଦ୍ଧି ପାଇବାକୁ ଯାଉଥିବା ଶଯ୍ୟା , ଓ.ଟି , ଆଇ.ସି.ୟୁ ଆଦି ସଂପର୍କରେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଅବଗତ କରାଇଥିଲେ । ଏଠାରେ ଉନ୍ନତମାନର ରୋଗୀସେବା ଓ ରୋଗୀଙ୍କ ଯତ୍ନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଏବଂ ଦିନକୁ ଦିନ ଏଠାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସେ ଦର୍ଶାଇ ଥିଲେ । ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ପରିଦର୍ଶନ ଓ ଆଲୋଚନା ସମୟରେ ନିଦେ୍ର୍ଧଶିକା ଡାଃ ବାଟନମାନେଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।