ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

Aug 27, 2018 - 18:45
 215
ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର
ଅନୁଗୋଳ ,୨୭/୮ ସକାଳଖବର): ଆଜି ପୂର୍ବାହ୍ନରେ ଜିଲ୍ଳା କାର୍ଯ୍ୟାଳୟ କୋର୍ଟ ରୁମ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିତ୍ରଭାନୁ ମହାପାତ୍ର ଯୋଗ ଦେଇଥିଲେ । ଶିବିରରେ ଦାଖଲ ହୋଇଥିବା ସମୁଦାୟ ୧୨୧ଟି ଅଭିଯୋଗରୁ ୧୦୮ଟି ବ୍ୟକ୍ତିଗତ ଓ ୧୩ଟି ଗ୍ରାମ୍ୟ ଭିତ୍ତିକ ସମସ୍ୟା ସଂପର୍କିତ ଅଭିଯୋଗର ଶୁଣାଣୀ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଳା ରେଡ଼କ୍ରସ ପାଣ୍ଠିରୁ ୯ ଜଣଙ୍କୁ ୩୬ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଜଣଙ୍କୁ ୬୮ ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଛି । ଏହି ଶିବିରକୁ ଆସିଥିବା ଲୋକମାନେ ସାଧାରଣତଃ ଭତ୍ତା, ଇନ୍ଦିରାଆବାସ, ବିଜୁ ପକ୍କାଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସମସ୍ୟା, ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିସ୍ଥାପନ ଓ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଜିଲ୍ଳାପାଳଙ୍କୁ ଗୁହାରି କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ତପନ କୁମାର ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଅନୁଗୋଳ ଉପଜିଲ୍ଳାପାଳ ଶ୍ରୀ ବାସୁଦେବ ଶତପଥି, ଡେ଼ପୁଟୀ କଲେକ୍ଟର ଶ୍ରୀ ବଇତୁରା ଦିପ ଓ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲମ୍ବୋଦର ମାରାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଳା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।