ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Sep 7, 2018 - 18:12
 200
ଅନୁଗୋଳ ,୭/୯ (ସକାଳଖବର): ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଯୋଗାଇଦେବା, ପ୍ରଥମ ଶ୍ରେଣୀରୁ ପାସ୍-ଫେଲ୍ ବ୍ୟବସ୍ଥା ଲାଗୁ କରିବା, ସ୍ଥାୟୀ ଭିତ୍ତିରେ ଶିକ୍ଷକ, ଅଧ୍ୟାପକ ନିଯୁକ୍ତି, ସି.ବି.ସି.ଏସ୍. ଓ ସେମିଷ୍ଟାର ବାତିଲ, ଫିସ୍ ବୃଦ୍ଧି ବନ୍ଦ ଏବଂ ଶିକ୍ଷାର ବ୍ୟବସାୟୀକରଣ ବନ୍ଦ କରିବା ଆଦି ଦାବିରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଅନୁଗୁଳ ଆଞ୍ଚଳିକ କମିଟି ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଷ୍ଟାଡିୟମ୍ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଡି.ଏସ୍.ଓ ସଂଗଠିକା ବନିତା ସ୍ୱାଇଁଙ୍କ ପରି·ଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଗଠନର ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ଉପସଭାପତି ପ୍ରଭାସୀ ସ୍ୱାଇଁ, ସମ୍ପାଦକ ନାରାୟଣ ନାୟକ, ନିରୂପମା ନାୟକ, ଏଲିସା ଶୁଭଦର୍ଶିନୀ ପ୍ରମୁଖ ବକ୍ତବ୍ୟ ରଖି ଅବିଳମ୍ବେ ପାସ୍-ଫେଲ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାସହ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଯୋଗାଇଦେବାକୁ ଦାବି କରିଥିଲେ । ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ପରେ ବିକ୍ଷୋଭ ଶେଷ ହୋଇଥିଲା ।