ଗ୍ୟାସ୍ ଟ୍ୟାଙ୍କର ଗାଡ଼ିରୁ ନିର୍ଗତ ହେଲା ଗ୍ୟାସ

Sep 7, 2018 - 18:14
 234
ଗ୍ୟାସ୍ ଟ୍ୟାଙ୍କର ଗାଡ଼ିରୁ ନିର୍ଗତ ହେଲା ଗ୍ୟାସ
ଅନୁଗୋଳ,୭/୯ (ସକାଳଖବର): ଅନୁଗୋଳ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୫୫ ନଂ ଜାତୀୟ ରାଜପଥର ଅନୁଗୋଳ ସନ୍ନିକଟ ଚନ୍ଦ୍ରବାହାଳଠାରେ ରାସ୍ତାରେ ଯାଉଥିବା ଏକ ଏଲପିଜି ଗ୍ୟାସ୍ ଟ୍ୟାଙ୍କରରୁ ହଠାତ ମୂଷଳ ଧାରାରେ ଗ୍ୟାସ ନିର୍ଗତ ହେବାନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପ୍ରକାଶ ଥାଉକି ଏନ୍ଏଲ୍ -୦୧-ଏନ୍-୮୫୯୨ ନମ୍ବର ବିଶିଷ୍ଠ ଗ୍ୟାସ ଭର୍ତ୍ତି ଟ୍ୟାଙ୍କରଟି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ହଠାତ ବୈଷୟିତ ତୁଟି କାରଣରୁ ଟ୍ୟାଙ୍କରର ଉପରି ଭାଗରେ ଥିବା ଭାଲଭଟି ଖୋଲି ଯାଇ ପ୍ରବଳ ବେଗରେ ଗ୍ୟାସ ନିର୍ଗତ ହୋଇଥିଲା । ଗ୍ୟାସ ନିର୍ଗତ ହେଉଥିବା ଜାଣି ଟ୍ୟାଙ୍କର ଚାଳକ ଗାଡ଼ି ଛାଡ଼ି ଚାଲିଯାଇଥିଲା । ଘଟଣାସ୍ଥଳର ୨ ପାଶ୍ୱର୍ରେ ଗ୍ରାମବାସୀଙ୍କ ଘରଦ୍ୱାର ଥିବାରୁ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଥିଲା । ଖବର ପାଇ ଘଟଣାସ୍ଥଳକୁ ଦମକଳ ବାହିନୀ ଯାଇ କିପରି ଗ୍ୟାସ ନିର୍ଗତକୁ ନିୟନ୍ତ୍ରଣ କରାଯିବା ନେଇ ଉଦ୍ୟମ କରିଥିଲେ । ଅନୁଗୋଳ ବନ୍ତଳା ଅଞ୍ଚଳରୁ ପୋଲିସ ସ୍ଥାନୀୟ ତହସିଲଦାର, ଏଡ଼ିଏମ୍ ଏବଂ ଉପଜିଲାପାଳ ପ୍ରମୁଖ ମଧ୍ୟ ପହଞ୍ଚôଥିଲେ । ଟ୍ୟାଙ୍କରରେ ଯେମିତି ନିଆଁ ନ ଲାଗିବ ସେଥିପାଇଁ ପ୍ରାଥମିକ ବ୍ୟବସ୍ଥା ସ୍ୱରୂପ ପାଣି ସ୍ପ୍ରେ କରାଯିବା ସହିତ ଗ୍ୟାସ ନିର୍ଗତ ସ୍ଥାନକୁ କାଠ ଏବହ ଅଖା ସହାୟତାରେ ଅସ୍ଥାୟୀ ମୁଦ ଦିଆଯାଇଥିଲା । ଟ୍ୟାଙ୍କର ନିକଟରୁ ପ୍ରାୟ ୩୦୦ ମିଟର ଦୂରରେ ଲୋକମାନଙ୍କୁ ଅଟକା ଯାଇଥିଲା । ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ପରେ ଟ୍ୟାଙ୍କରଟିକୁ ଦମକଳ ବାହିନୀ ଏବଂ ପୋଲିସ କଡର଼୍ନରେ ଏକ ନିର୍ଜନ ସ୍ଥାନକୁ ନେବା ପାଇଁ ଯୋଜନା କରାଯାଇ, ସାନ୍ତରାପୁର ନିକଟ ଜିନ୍ଦଲ ରୋଡ଼କୁ ନିଆଯାଇଥିଲା । ଇଣ୍ଡିଆନ ଅଏଲ କର୍ମଚାରୀ ତଥା ଏନଡ଼ିଆରଏଫ ଟିମକୁ ଘଟଣା ସ୍ଥଳକୁ ପଠାଯାଇଛି । ତେବେ ଗ୍ୟାସ୍ ନିର୍ଗତ ମାତ୍ରାକୁ ରୋକଯାଇଥିଲେ ମଧ୍ୟ ପୂର୍ଣ୍ଣ ମରାମତି ପାଇଁ ବିଶେଷଜ୍ଞ ଦଳଙ୍କୁ ଅପେକ୍ଷା କରାଯାଇଛି । ତୁରନ୍ତ ପଦକ୍ଷେପ ଏବହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ସମ୍ଭାବ୍ୟ ଏକ ବଡ଼ ଅଘଟଣକୁ ରୋକାଯାଇ ପାରିଥିଲା ।