ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ
ଭୁବନେଶ୍ୱର, ୭/୯(ସକାଳଖବର): ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆବେଦନ ପତ୍ର ଆହ୍ୱାନ କରିଛନ୍ତି । ଏହି ପ୍ରତିଷ୍ଠିତ ପୁରସ୍କାର ସେହି ଅସାଧାରଣ ମହିଳାମାନଙ୍କୁ ଏବଂ ସଂଗଠନଗୁଡିକୁ ପ୍ରଦାନ କରାଯାଏ ଯେଉଁମାନେ ମହିଳା ସଶକ୍ତିକରଣ ପାଇଁ ଅବରିତ ଭାବେ କାର୍ୟ୍ୟ କରିଥାନ୍ତି ।
ପ୍ରତିବର୍ଷ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଏହି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ୧୯ ବର୍ଷରେ ପଦାର୍ପଣ କରିଥିବା ଏହି ପୁରସ୍କାର, ସମାଜରେ ମହିଳାମାନଙ୍କର ଉତ୍କୃଷ୍ଟ ଯୋଗଦାନକୁ ପ୍ରାଧାନ୍ୟ ଦେଇଥାଏ । ଯେଉଁମାନେ ନିଜ ପାଇଁ ଏକ ପ୍ରତିଷ୍ଠିତ ସ୍ଥାନ ସୃଷ୍ଟି କରିଥାନ୍ତି ଏବଂ ମହିଳାମାନଙ୍କର ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିଥାନ୍ତି ସେହି ଲୋକମାନଙ୍କୁ ଏହି ପୁରସ୍କାର ଗୁରୁତ୍ୱ ଦେଇଥାଏ ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ ୧୯୯୯ରେ ନାରୀଶକ୍ତି ପୁରସ୍କାର ଆରମ୍ଭ କରାଯାଇଥିଲା । ଉତ୍ସାହୀ ମହିଳା ଆଚିଭର୍ସଙ୍କ ଏକ ବ୍ୟାପକ ଡାଟାବେସ ସଂଗ୍ରହ କରାଯାଇଛି ଯେଉଁମାନେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ନୂତନ କ୍ଷେତ୍ରଗୁଡିକ ଉପରେ କାର୍ୟ୍ୟ କରିବା ସହିତ ସମାଜ ପ୍ରତି ଅତୁଳନୀୟ ଅବଦାନ କରିଛନ୍ତି । ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଉତ୍ଥାନ ପାଇଁ ସମାଜରେ ଅସାଧାରଣ କାର୍ୟ୍ୟ କରିଥିବା ସଂଗଠନଗୁଡିକୁ ପଞ୍ଜିକରଣ କରିବା ପାଇଁ ନିଦେବନ କରିଛୁ ।
୨୦୧୮ର ନାରୀ ଶକ୍ତି ପୁରସ୍କାର ପଞ୍ଜିକରଣ ପାଇଁ ୩୧ ଅକ୍ଟୋବର ୨୦୧୮ ପର୍ୟ୍ୟନ୍ତ ସମୟସୀମା ଧାର୍ୟ୍ୟ କରାଯାଇଛି । ଯେଉଁମାନେ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ସେମାନେ ନିଜର ବିବରଣୀ ଉପ ସଚିବ (WD & IC), ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, କୋଠରି ସଂଖ୍ୟା- ୬୩୨, ୬ଷ୍ଠ ମହଲା, ଶାସ୍ତ୍ରୀ ଭବନ, ନୂଆଦିଲ୍ଲୀ - ୧୧୦୦୦୧.
ଆବେଦକମାନଙ୍କୁ http://www.wcd.nic.in/award କୁ ଯାଇ ପୁରସ୍କାରଗୁଡିକର ନିୟମାବଳୀକୁ ପଢିବା ପାଇଁ ଅନୁରୋଧ କରାଯାଉଛି ।