ଜିଲ୍ଲାପାଳ ଅଫିସ ଘେରିଲା ଜିଲ୍ଲା କଂଗ୍ରେସ

Aug 17, 2018 - 19:02
 157
ଅନୁଗୋଳ, ୧୭/୮ (ସକାଳଖବର): ଅନୁଗୋଳ ଜିଲ୍ଳା କଂଗ୍ରେସ ତରଫରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲା କଂଗ୍ରେସ ସଭାପତି ବିପ୍ଲବ ଜେନା ଏହାର ନେତୃତ୍ୱ ନେଇଥିଲେ । ଅନୁଗୋଳ ସହର ମଧ୍ୟଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ମରାମତି ପ୍ରତି ପ୍ରଶାସନ ତରଫରୁ ଦୃଷ୍ଟି ଦିଆଯାଉ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଯେ, ବାମୁରଠାରୁ ଭୂଷଣ ପର୍ଯ୍ୟନ୍ତ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବିଶେଷକର ଅନୁଗୋଳ ଟାଉନ୍ ଠାରୁ ବଅଁରପାଳ ଛକ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ବର୍ଷା ସମୟରେ ପାଣି ଜମି ରହୁଛି । ଫଳରେ ରାସ୍ତା ଜାମ ସହ ଗାଡ଼ିଗୁଡ଼ିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେହିପରି ସହରରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ବେଳେ ସ୍ୱର ଉତ୍ତୋଳନ କରୁଥିବା ଜନସାଧାରଣଙ୍କ ଉପରେ ପୋଲିସ ହେଲ୍ମେଟ୍ ଚେକିଂ ନାମରେ ରାଗ ସୁଝାଉଛି । ଜିଲା ମୁଖ୍ୟ ଚିକିସôାଳୟରେ ଅଧିକାଂଶ ଡ଼ାକ୍ତର ପଦବୀ ଖାଲି ପଡ଼ିଛି । ଅତ୍ୟାଧୁନିକ ଯନ୍ତ୍ରପାତି ଥିଲେ ମଧ୍ୟ ଚଳାଇବା ପାଇଁ ଟେକ୍ନିସିଆନ୍ ନାହାନ୍ତି । ତେଣୁ ଏ ସବୁ ସମସ୍ୟାର ସମାଧାନ ତୁରନ୍ତ କରାଯିବା ଦାବିରେ ଏହି ଘେରାଉ କରାଯାଇଥିଲା । ଜିଲା କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ ମିଶ. ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ଜିଲା ଯୁବ କଂଗ୍ରେସ ସଭାପତି ଜୟନ୍ତ ସାହୁ, ସୁକାନ୍ତୀ ଦାସ, ସଂଗ୍ରାମ କେଶରୀ ମିଶ୍ର, ନରୋତ୍ତମ ନାୟକ, ଅଜିତ ପ୍ରଧାନ, ନିରଞ୍ଜନ କର ପ୍ରମୁଖ ନେତୃତ୍ୱ ନେଇଥିଲେ ।