ଜିଲ୍ଲା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟୀ ବୈଠକ

Aug 25, 2018 - 18:09
 154
ଜିଲ୍ଲା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟୀ ବୈଠକ
ଅନୁଗୋଳ ,୨୫/୮ (ସକାଳଖବର): ଜିଲା ସଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟୀ ବୈଠକ ଆଜି ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଦୁଇଗୋଟି ସଂସ୍ଥା ପାଇଁ ନାଲକୋସ୍ଥିତ ଆଲୁମିନିୟମ ପାର୍କରେ ୦୫ ଏକର ଲେଖାଏଁ ଜମି ଆବଣ୍ଟନ ନିମନ୍ତେ ସର୍ବ ସମ୍ମତିକ୍ରମେ ଅନୁମୋଦନ କରାଯାଇଛି । ଏହି ଦୁଇ ଶିଳ୍ପ ସଂସ୍ଥା ହେଲେ ମେସର୍ସ ସୁଷମା ଫେରୋ ଆଲୋୟନ ପ୍ରାଇଭେଟ ଲିଃ ଓ ମେସର୍ସ ସାଫାୟର ଆଲୁମିନା ଏ୍ଲ ଏଲ୍ ପି ଯେଉଥିରେ ଯଥାକ୍ରମେ ୩୨କୋଟି ଓ ୧୦.୪୮ କୋଟି ଫୁଜି ବିନିଯୋଗ କରାଯାଇ ସର୍ବ ମୋଟ ଦୁଇଶହ ଜଣ ଲୋକଙ୍କୁ କର୍ମ ନିଯୁକ୍ତି ଦିଆଯାଇପାରିବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି । ଏହି ବୈଠକରେ ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଗଗନ ବିହାରୀ ନାୟକ ସଭା ପରିଚାଳନା କରିବା ସହିତ ଇଡ଼କୋର ସହକାରୀ ଯନ୍ତ୍ରୀ, ରାଜ୍ୟ ପ୍ରଦ୍ୟୁଷଣ ବୋଡର଼୍ ଅନୁଗୋଳ ଶାଖାର ପ୍ରତିନିଧି ଓ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଯୋଗଦାନ କରିଥିଲେ । ଶେଷରେ ଜିଲା ଶିଳ୍ପ କେନ୍ଦ୍ର, ଅନୁଗୋଳ ସହାକରୀ ପରିଚାଳକ ପ୍ରମୋଦ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।