ବଣ୍ଟି ଅଗ୍ରୱାଲ ମାମଲାର ଶୁଣାଣି ୨୦ରେ

Jun 12, 2018 - 18:30
 206
କଟକ, ୧୨ ।୬(ସକାଳଖବର): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜାଲ ଟର୍ମ ଡିପୋଜିଟ ରସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା ହାନି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସ୍ପେଶାଲ କ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ ସି ପରିଜାଙ୍କୁ ନେଇ ଗଠିତ ଅବକାଶକାଳିନ ଖଣ୍ଡପୀଠ ଶୁଣାଣି କରି ବାସ୍ତବରେ ଆବେଦନକାରୀ ନେଇଥିବା ଟେଣ୍ଡର କାର୍ଯ୍ୟ ସଂପାଦନ କରିଛନ୍ତି କି ନାହି ସେ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।