ଜାଲ ସାର୍ଟିଫିକେଟ ମାମଲାରେ ସରକାର ନେଲେ ମହଲତ

Jun 22, 2018 - 18:58
 147
କଟକ,୨୨ା୬(ସକାଳଖବର): ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଶିକ୍ଷୟିତ୍ରୀଙ୍କ ଜାଲ ସାର୍ଟିଫିକେଟ ଦାଖଲ ଅଭିଯୋଗ ସଂପର୍କରେ ତଦନ୍ତ କରି ଭିଜିଲାନ୍ସ ନିଦେ୍ର୍ଧଶାଳୟ ହାଇକୋର୍ଟ ଜଷ୍ଟିସ ଏସ୍.ଏନ୍ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପିଠରେ ରିପୋର୍ଟ ଦାଖଲ କରିସାରିଥିବାବେଳେ ଶୁକ୍ରବାର ଶୁଣାଣି ସମୟରେ ରିପୋର୍ଟ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ମହଲତ ଲୋଡାଯାଇଥିଲା । ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିପୋର୍ଟ ହସ୍ତଗତ ହୋଇନଥିବା ସରକାରୀ ଓକିଲ ବିଭୁପ୍ରସାଦ ତ୍ରିପାଠୀ ଦର୍ଶାଇଥିଲେ । ଫଳରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଗତ ଏପ୍ରିଲ ମାସ ୧୭ରେ କୋର୍ଟ ଏହି ମାମଲାରେ ଶୁଣାଣି କରି ଜାଲ ସାର୍ଟିଫିକେଟ ଉପରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ନିଦେ୍ର୍ଧଶ ଦେଇଥିଲେ ।