ଜାମିନ ନାମଞ୍ଜୁର, ଜେଲ ଗଲେ ମନ୍ତ୍ରୀ ଙ୍କ ପୁଅ

Sep 20, 2018 - 12:53
 189
ଜାମିନ ନାମଞ୍ଜୁର, ଜେଲ ଗଲେ ମନ୍ତ୍ରୀ ଙ୍କ ପୁଅ
ଭୁବନେଶ୍ୱର,୨୦/୯ (ସକାଳଖବର):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କ ଜାମିନ ଗୁରୁବାର ନାମଞ୍ଜୁର ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ରେ ଦେବାଶିଷଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅକ୍ଟୋବର ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। ୬ତାରିଖରେ ଘସିପୁରା ପୌର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡ଼ି ଉପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଦେବାଶିଷଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା।ତେବେ ଏହି ଖବର ପାଇବା ପରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ନିଜର ୪୦ରୁ ୫୦ଜଣ ସହଯୋଗୀଙ୍କ ସହ ରାମଚନ୍ଦ୍ରପୁର ଥାନାରେ ପଶି କାର୍ୟ୍ୟରତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ବ୍ୟକ୍ତିମାନଙ୍କୁ ଜୋର ଜବରଦସ୍ତ ଛଡ଼ାଇ ଆଣିଥିଲେ।ଏହି ଆକ୍ରମଣରେ ପୁଲିସ ସବଇନ୍ସପେକ୍ଟର ଗଗନ ନାୟକଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିଲାବେଳେ ଅନ୍ୟଜଣେ ଏଏସଆଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତିଖ୍ୟା ବଢ଼ିବାର ଆଶଙ୍କା ରହିଛି ।