ଜାଇକା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମନ୍ତ୍ରୀ

Jul 27, 2019 - 06:36
 110
ଭୁବନେଶ୍ୱର, ୨୪/୭(ସକାଳଖବର): କଟକ ସହରର ପରିମଳ ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଜାଇକା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ୨୯୭୪ କୋଟି ଟଙ୍କାର ପ୍ରକଳ୍ପ ଅଗ୍ରଗତି ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରୁ ସେପ୍ଟେମ୍ବର ୨୦୨୦ ସୁଦ୍ଧା କଟକରେ ଓ ଡିସେମ୍ବର ୨୦୨୦ ସୁଦ୍ଧା ଭୁବନେଶ୍ୱରରେ ଜାଇକା ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି । ପ୍ରକାଶ ଥାଉ କି ବର୍ତମାନ ସୁଦ୍ଧା କଟକ ସହରରେ ୩୮୫ କିମି ସ୍ୱେଏଜ୍ ଲାଇନ୍ରୁ ୨୮୫ କିମିର କାର୍ଯ୍ୟ ସମାପ୍ତ ହୋଇଛି । କଟକରେ ଡ୍ରେନେଜ୍ ବ୍ୟବସ୍ଥା ୨୦୨୧ ଜୁଲାଇ ସୁଦ୍ଧା ସରିବ ବୋଲି ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଅବଗତ କରାଯାଇଥିଲା । ଜାଇକା ପକ୍ଷରୁ କଟକ ସହରରେ ସର୍ବେକ୍ଷଣ କରାଯାଇ ପ୍ରତ୍ୟେକ ଘରକୁ ସ୍ୱେଏଜ୍ ସଂଯୋଗ ପାଇଁ ପଦକ୍ଷେପ ନିଅ ।ଯାଉଛି । ସଂଯୋଗୀକରଣ ଶେଷହେବା ପରେ ବର୍ଜ୍ୟବସ୍ତୁ ପରି·ଳନା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ସମାଜ କାର୍ଯ୍ୟାଳୟଠାରୁ ମାତୃଭବନ ପର୍ଯ୍ୟନ୍ତ ଦୀର୍ଘ ୩.୪ କିମି ବକ୍ସ ଡ୍ରେନ୍ ନିର୍ମାଣ କାର୍ଯ୍ୟ ୨୦୨୧ ଜୁଲାଇ ସୁଦ୍ଧା ଶେଷ ହେବ । ଏହି ବକ୍ସ ଡ୍ରେନ୍ ଉପରେ ଯାନବାହନ ଚଳାଚଳ ସମ୍ଭବ ହୋଇପାରିବ । ପୋଲିସ୍ କଲୋନୀ ଏବଂ ବିଦ୍ୟାଧରପୁରଠାରେ ଜାଇକା ପକ୍ଷରୁ ନିର୍ମିତ ଦୁଇଟି ପମ୍ପିଂ ଷ୍ଟେସନ୍ର କାର୍ଯ୍ୟ ସମାପ୍ତ ହୋଇଥିବା ସ୍ଥଳେ ମତଗଜପୁର ଓ ଗୁଳୁଗୁଳିଠାରେ ଆଉ ଦୁଇଟି ପମ୍ପିଂ ଷ୍ଟେସନ୍ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏବଂ ଖାନନଗରଠାରେ ମାର୍ଚ୍ଚ ୨୦୨୦ ସୁଦ୍ଧା ଗୋଟିଏ ପମ୍ପିଂ ଷ୍ଟେସନ୍ କାର୍ଯ୍ୟ ସମାପ୍ତ ହେବ ବୋଲି ବୈଠକରେ ଜାଇକାର ଯନ୍ତ୍ରୀମାନେ ପ୍ରକାଶ କରିଥିଲେ ।