ଜଳସେଚନ ଅଫିସ ଗେଟ ତାଲା ପକାଇ ପ୍ରତିବାଦ

Oct 9, 2018 - 18:05
 160
ଜଳସେଚନ ଅଫିସ ଗେଟ ତାଲା ପକାଇ ପ୍ରତିବାଦ
ଅନୁଗୋଳ, ୯/୧୦ (ସକାଳଖବର): କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ସରକାର । ଆଉ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟୟ ହେଉଛି କୋଟି କୋଟି ଟଙ୍କା । ହେଲେ ଚାଷଜମିକୁ ପାଣି ଯାଇ ପାରୁନି । ତେଣୁ ଦେଖା ଦେଇଛି ମରୁଡ଼ି ପରିସ୍ଥିତି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅନୁଗୋଳ ଜଳସେଚନ ବିଭାଗ ଅଧିନସ୍ଥ ବଅଁରପାଳ ବ୍ଲକ ତୁଳସୀପାଳ ଅଞ୍ଚଳରେ । କେନାଲ ଯାଇଛି ହେଲେ ଅଧିକାରୀ, କର୍ମଚାରୀଙ୍କ ଅପାରଗତା ଯୋଗୁଁ ଚାଷ ଜମିକୁ ପାଣି ଯାଉନାହିଁ । ଯଦ୍ୱାରା ୫୦ ଏକର ଚାଷଜମି ଏବେ ମରୁଡ଼ି ପରିସ୍ଥିତିରେ । ଆଉ ବିଭାଗୀୟ ବାବୁମାନେ ଅଫିସର ଏସି ରୁମରେ ବସି କେବଳ କାଗଜ କଲମରେ ଚାଷୀଙ୍କୁ ପାଣି ଯୋଗାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । କେନାଲ ଗୁଡ଼ିକରେ ଘାସମାଡ଼ି ଜଙ୍ଗଲ ସୃଷ୍ଟି ହୋଇ ପଡ଼ିଥିଲେ ମଧ୍ୟ ବର୍ଷ ବର୍ଷ ଧରି ସଫା କରାଯାଇନାହିଁ । ଏ ବାବଦରେ ସରକାର ଟଙ୍କା ଖର୍ଚ୍ଚ କଲୁ ଥିଲେ ମଧ୍ୟ ଫଳ ଶୂନ । ଆଜି ତୁଳସୀପାଳ ଗାଁର ଚାଷୀମାନେ ଆସି ଅନୁଗୋଳ କ୍ଷୁଦ୍ର ଜଳସେଚନ ବିଭାଗ ଅଫିସକୁ ତାଲା ପକାଇ ପ୍ରତିବାଦ କରିଥିବା ଜଣାଯାଇଛି ।