ପ୍ରଦୀପ ସେଠୀଙ୍କ ଜାମିନ ମାମଲା

Jul 12, 2018 - 15:21
 206
ପ୍ରଦୀପ ସେଠୀଙ୍କ ଜାମିନ ମାମଲା
କଟକ,୧୨ା୭(ସକାଳଖବର): ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ପ୍ରଦୀପ କୁମାର ସେଠୀଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ତେବେ ଆବେଦନକାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ପୂର୍ବରୁ ଝାରପଡା ଜେଲ ଅଧିକ୍ଷକ ଏକ ରିପୋର୍ଟ ଦାଖଲ କରିସାରିଛନ୍ତି ।