ଚିତ ମୃତୁ୍ୟ: ପିଏମ ରିପୋର୍ଟକୁ ନେଇ ସସ୍ପେନ୍ସ

Dec 20, 2021 - 06:13
 57
ଚିତ ମୃତୁ୍ୟ: ପିଏମ ରିପୋର୍ଟକୁ ନେଇ ସସ୍ପେନ୍ସ
ଭୁବନେଶ୍ୱର: ଚିତ ମୃତୁ୍ୟ ଘଟଣାର ତଦନ୍ତଭାର ନେଇଥିବା କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଛି । କିଛିଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ମୃତଦେହ ମିଳିଥିବା ଗଡ଼ମୃଗଶିରା ଓ ବାଇକ୍ ପଡ଼ିଥିବା ଜମାରସୁଆଁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ତାଙ୍କ ସାଙ୍ଗରେ ପୁରୀ ଏସ୍ପିଙ୍କ ସମେତ କ୍ରାଇମ୍ ବ୍ରାଞ୍ଚ ଓ ପୁରୀ ପୁଲିସ୍ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଚିତ୍ତରଞ୍ଜନ ହତ୍ୟା ଘଟଣାରେ ଏ ଯାଏ ୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ୱର ଜେନା , ଜଗନ୍ନାଥ ଷଡଙ୍ଗୀ ଓ ଚିତ୍ତଙ୍କ ପୁତୁରା ଦିଲୀପ ପଲାଇଙ୍କୁ ପଚରାଉଚରା କରାଯାଇ ବୟାନ ରେକର୍ଡ କରାଯାଇଛି । ସେହିପରି ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ଆଣି ପଚରାଉଚରା କରାଯାଉଥିବା ଜଣାଯାଇଛି । ଅନ୍ୟପଟେ ଚିତ୍ତରଞ୍ଜନଙ୍କର ପାଣିରେ ବୁଡି ମୃତୁ୍ୟ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ପୁରୀ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ପ୍ରଣବ ଶଙ୍କର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚିତ୍ତଙ୍କ ମୃତୁ୍ୟର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଭୁବନେଶ୍ୱରରେ ଥିବା ଷ୍ଟେଟ୍ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି । ଏହାସହ ମାମଲାର ତଦନ୍ତ କରୁଥିବା ଥାନାକୁ ଦିଆ ଯାଇଛି । ଦୁର୍ଘଟଣା ପରେ ଚିତ୍ତଙ୍କର ପାଣିରେ ବୁଡ଼ି ମୃତୁ୍ୟ ହୋଇଛି ନା ନାହିଁ ସ୍ପଷ୍ଟ ହୋଇନାହିଁ । ଷ୍ଟେଟ୍ ଫୋରେନସିକ୍ ଲ୍ୟାବରୁ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।