ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ମାର୍ଚ୍ଚରୁ ଜବତ ହେବ ଗାଡ଼ି

Feb 16, 2023 - 06:30
 35
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ମାର୍ଚ୍ଚରୁ ଜବତ ହେବ ଗାଡ଼ି
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି ମାଲିକଙ୍କୁ ଚାଲାଣ ପଠାଯାଇଛି। କେନ୍ଦ୍ରୀୟ ମୋଟର ଯାନ ଆଇନ ଅନୁସାରେ ଏଚଆରପିସି ଏବଂ କଲର କୋଡ ଷ୍ଟିକର ନ ଲଗାଇଲେ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯାଞ୍ଚ କଡାକଡି କରାଯିବ। ଯାହାର ଏଚଆରପିସି ନମ୍ବର ନ ଥିବ କିମ୍ବା ଅନ୍ୟ ନମ୍ବରରେ ଗାଡି ଚଳାଚଳ କରୁଥିବ ସେସବୁକୁ ଜବତ କରାଯିବ ବୋଲି ଅତିରିକ୍ତ ପରିବହନ ଆୟୁକ୍ତ ଲାଲମୋହନ ସେଠୀ କହିଛନ୍ତି।