ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ

Dec 20, 2021 - 06:33
 61
ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମ ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ସମନ ପଠାଯାଇଥିବା ଜଣାପଡିଛି । ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଏହା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ୨ ଥର ସମନ ପଠାଯାଇଥିଲା, କିନ୍ତୁ ୨ ଥର ଯାକ ସେ ନୋଟିସ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।