ଚର୍ଚ୍ଚାରେ ଥିଲା ତୃତୀୟ ଲହରୀ, କିନ୍ତୁ ଆସିଲା ଭଲ ଖବର

Sep 21, 2021 - 15:08
 93
ଚର୍ଚ୍ଚାରେ ଥିଲା ତୃତୀୟ ଲହରୀ, କିନ୍ତୁ ଆସିଲା ଭଲ ଖବର
ବାଙ୍ଗାଲୋର: କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚାରେ ଥିଲା ଭାରତ। ହେଲେ ଏବେ କିନ୍ତୁ ଆସିଛି ଭଲ ଖବର। ଦେଶରେ ଦୁର୍ବଳ ହେଉଛି ଭାଇରସ। ଦ୍ରୁତ ସଂକ୍ରମଣର ହାର ଖସୁଛି। କମୁଛି R-ଭେଲ୍ୟୁ। ଅର୍ଥାତ ରି-ପ୍ରଡକ୍ଟିଭ୍‌ ନମ୍ବର। ଅଗଷ୍ଟ ଶେଷରେ R-ଭେଲ୍ୟୁ 1.17 ଥିବା ବେଳେ ସେପ୍ଟେମ୍ବର ମଧ୍ୟଭାଗରେ 0.92 କୁ ହ୍ରାସ ପାଇଛି। ଗବେଷକ ମାନେ ଏହି ତଥ୍ୟ ଦେଇଛନ୍ତି। ତଥାପି କେତେକ ପ୍ରମୁଖ ସହର ତଥା ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁର ସ୍ଥିତି ଭିନ୍ନ ରହିଛି। ଉକ୍ତ ସହରମାନଙ୍କରେ କରୋନା ପ୍ରଭାବ କମି ନାହିଁ। ଉକ୍ତ ସହର ଗୁଡ଼ିକରେ R-ଭେଲ୍ୟୁ ୧ରୁ ଉପରେ ରହୁଛି। ଦିଲ୍ଲୀ ଏବଂ ପୁଣେରେ କମିଛି । ଏଠାରେ R-ଭେଲ୍ୟୁ ୧ ତଳେ ରହିଛି। ଏହି ଦୁଇଟି ସହର ପାଇଁ ଏହା ଏକ ଆଶ୍ୱସ୍ତିକର ବିଷୟ। କାରଣ ଉକ୍ତ ଦୁଇଟି ସହରରେ ସର୍ବାଧକ କେସ୍ ରହୁଥିଲା। ଅଗଷ୍ଟ ଶେଷରେ R-ଭେଲ୍ୟୁ 1.17 ଥିଲା। ସେପ୍ଟେମ୍ବର 4ରୁ 7 ମଧ୍ୟରେ ଏହା 1.11 କୁ ହ୍ରାସ ପାଇଛି। ସେବେଠାରୁ ଏହା 1ରେ ସ୍ଥିର ରହିଛି। ଚେନ୍ନାଇର ଗଣିତ ବିଜ୍ଞାନ ପ୍ରତିଷ୍ଠାନର ସୀତାଭ୍ରା ସିହ୍ନା କହିଛନ୍ତି ଯେ, ଭଲ ଖବର ହେଉଛି କେରଳ ଏବଂ ମହାରାଷ୍ଟ୍ରରେ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି। ଏଠାରେ R-ଭେଲ୍ୟୁ ୧ରୁ କମ୍ ରହିଛି। ମାନେ ଆଗ ଅପେକ୍ଷା ବେଶ ସୁଧାର ଆସିଛି। ଶ୍ରୀ ସିହ୍ନାଙ୍କ ନେତୃତ୍ୱରେ R-ଭେଲ୍ୟୁ ଗବେଷଣା ହେଉଛି। ଆର ଭେଲ୍ୟୁ ବା ଏକ ସଂଖ୍ୟା ଯାହାକି କରୋନା ସଂକ୍ରମଣର ଏକ ମାପକ ବୋଲି ସୂଚାଏ। ସଂକ୍ରମଣ କେତେ ଶୀଘ୍ର ବିସ୍ତାର ହେଉଛି ତାର ଆକଳନ ହେଉଛି ଆର କିମ୍ବା ‘ପ୍ରଭାବଶାଳୀ ପ୍ରଜନନ ସଂଖ୍ୟା’।