ଚାଷୀଙ୍କ ପାଇଁ ଖୁସି ଖବର, ଏଥର ସ୍ୱାଭାବିକ ମୌସୁମୀ

Apr 14, 2022 - 08:02
 72
ଚାଷୀଙ୍କ ପାଇଁ ଖୁସି ଖବର, ଏଥର ସ୍ୱାଭାବିକ ମୌସୁମୀ
ଭୁବନେଶ୍ୱର: ଚଳିତବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏବର୍ଷ ମୌସୁମୀ ବର୍ଷାର ପରିମାଣ ୯୬ରୁ ୧୦୪% ରହିବ । ଉତ୍ତର ଓ କେନ୍ଦ୍ର ଭାରତରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ । ଉତ୍ତର ପୂର୍ବାଞ୍ଚଳ, ଉତ୍ତର ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳରେ କମ୍ ବର୍ଷି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏବର୍ଷ ମୋସୁମୀ ସ୍ୱାଭାବିକ ହେବାକୁଥିବାରୁ , ଏହା ଚାଷ କାର୍ଯ୍ୟ ପାଇଁ ଅନୁକମୂଳ ପରିସ୍ଥିତି ସୃଷ୍ଟି କରିବ । ଚାଷକାର୍ଯ୍ୟ ଭଲ ହେବ ବୋଲି ଚାଷୀମାନେ ଆଶା କରୁଛନ୍ତି । ଲଙ୍ଗ ପିରିୟଡ ଆଭରେଜରେ ୯୯% ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ୫% କମ କିମ୍ବା ୫% ବେଶୀ ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ। ୨୦୨୧ରେ ଦେଶରେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା। ଏବେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ୨୦୧୯ ଓ ୨୦୨୦ରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା।