କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଗିରଫ ପରୱାନା, ଜାଣନ୍ତୁ କାହିଁକି

Apr 12, 2022 - 14:25
 56
କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଗିରଫ ପରୱାନା, ଜାଣନ୍ତୁ କାହିଁକି
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି । ଜାତୀୟ ଜନଜାତି କମିଶନ ଏନେଇ ଗିରଫ ପରୱାନା ଜାରି କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ହାଜର କରିବା ପାଇଁ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ, ଜନଜାତି ଉତ୍ପୀଡ଼ନ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ ଥିଲା । ଏନେଇ କମିଶନ ଶୁଣାଣୀ କରିବା ସହ ପକ୍ଷଭୁକ୍ତ ଅଫିସରମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଅନେକ ଅଧିକାରୀ ବ୍ୟକ୍ତିଗତ ଭାବେ କମିଶନଙ୍କ ସମ୍ମୁଖରେ ହାଜର ହୋଇ ନିଜର ପକ୍ଷ ରଖିସାରିଛନ୍ତି । ତେବେ କମିଶନ ବାରବାର ଜିଲ୍ଲାପାଳଙ୍କୁ ନୋଟିସ କରିଥିଲେବି ଜିଲ୍ଲାପାଳ ହାଜର ହୋଇନଥିଲେ । ପ୍ରତ୍ୟେକ ଥର ସେ ଅଧସ୍ତନ ଅଧିକାରୀଙ୍କୁ କମିଶନଙ୍କ ନିକଟକୁ ପଠାଉଥିଲେ । ବାରବାର ନୋଟିସ ସତ୍ୱେ ହାଜର ହେଉନଥିବାରୁ କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି ।