ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର

Feb 10, 2022 - 15:02
 122
ଅନୁଗୁଳ: ୧୧/୨ :ଆଠମଲ୍ଲିକ ବ୍ଲକ କନ୍ତପଡ଼ା ସେବା ସମବାୟ ସମିତି ସଂପାଦକ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହି ସରକାରୀ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି । ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚନ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିବାରୁ ସଂପୃକ୍ତ ସେବା ସମବାୟ ସମିତି ସଂପାଦକ ରୋହିତ ପୁଢ଼ଙ୍କ ବିରୋଧରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି । ପୁଢ଼ଙ୍କ ପତ୍ନୀ ସୁଶ୍ରୀ ଶୁଭସ୍ମୀତା ଚଳିତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥିପାଇଁ ତାଙ୍କ ସ୍ୱାମୀ ରୋହିତ ସରକାରୀ କାର୍ଯ୍ୟରେ ଅବହେଳା କରି ନିଜ ପତ୍ନୀଙ୍କ ପାଇଁ ନିର୍ବାଚନ ସଭା, ଶୋଭାଯାତ୍ରାରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ପାଇପାରୁ ନାହାଁନ୍ତି । ରାଜନୈତିକ ସଭାସ୍ଥଳକୁ ଆସି ତାଙ୍କୁ ଭେଟିବା ପାଇଁ ସେ ଜନସାଧାରଣଙ୍କୁ କହୁଛନ୍ତି । ଏହାଦ୍ୱାରା ସେ ଜନସାଧାରଣଙ୍କୁ ତାଙ୍କ ପତ୍ନୀଙ୍କ ସମର୍ଥନରେ ପ୍ରଭାବିତ କରିବା ପାଇଁ ଚେଷ୍ଠା ଚଳାଇଛନ୍ତି । ଯଦି ତାଙ୍କ ପତ୍ନୀଙ୍କୁ ଭୋଟ ନଦେବେ ତାହାଲେ ସେବା ସମବାୟ ସମିତିରୁ ମିଳୁଥିବା ଆବଶ୍ୟକ ସୁବିଧା ସୁଯୋଗ ଜନସାଧାରଣଙ୍କୁ ଯୋଗାଇ ଦିଆଯିବ ନାହିଁ ବୋଲି କହି ଭୋଟରଙ୍କୁ ଚେତାବନୀ ଦେଉଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି ।