ଗିରଫ ହେଲେ ୪ ମନ୍ଦିର ଲୁଟେରା

Apr 5, 2022 - 10:07
 63
ଗିରଫ ହେଲେ ୪ ମନ୍ଦିର ଲୁଟେରା
ଭୁବନେଶ୍ୱର: ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା । ବଢିଚାଲିଛି ଲୁଟେରାଙ୍କ ଉତ୍ପାତ । ପୋଲିସ୍ ଯେତେ ଚାଲାକ୍ ହେଉନା କାହିଁକି ପୋଲିସ୍ ଆଖିରେ ଧୂଳି ଦେଇ ଲୁଟେରା ତିଆରି କରୁଛନ୍ତି ଲୁଟର ବ୍ଲୁପ୍ରଣ୍ଟ । କେବେ ଦୋକାନରୁ ତ ପୁଣି କେବେ ବାହାମଣ୍ଡପରୁ ଲୁଟ କରୁଛନ୍ତି । ଏମିତିକି ଲୁଟରୁ ବାଦ୍ ପଡୁନି ମନ୍ଦିର । ଆଜି କମିଶନରେଟ ପୋଲିସ୍ ହାତରେ ଧରାପଡିଛନ୍ତି ୪ ମନ୍ଦିର ଲୁଟେରା । ଲୁଟେରାଙ୍କ ନିକଟରୁ ମନ୍ଦିରରୁ ଚୋରୀ ହୋଇଥିବା ପୁରାତନ ମୂର୍ତ୍ତି ଜବତ ହୋଇଛି । ମୂର୍ତ୍ତି ଚୋରୀ ପଛରେ ଆନ୍ତର୍ଜାତୀୟ ର୍ୟକେଟ ଥିବା ପୋଲିସ୍ ସନେ୍ଦହ କରୁଛି । ତେବେ ୪ଜଣ ଲୁଟେରାଙ୍କୁ ଗିରଫ କରି ପୋଲିସ୍ ଘଟଣାକୁ ତନତନ କରି ଯାଞ୍ଚ କରୁଛି । ତେବେ ୪ଜଣ ଲୁଟେରାଙ୍କୁ ପଚରାଉଚରା ପରେ ଘଟଣାର ସତ୍ୟତା ଜଣା ପଡିବ ।