ସୋରରେ ଜାପାନିଜ ଏନଶେଫାଲାଇଟିସ୍ ଆତଙ୍କ

Feb 22, 2023 - 06:34
 35
ସୋରରେ ଜାପାନିଜ ଏନଶେଫାଲାଇଟିସ୍ ଆତଙ୍କ
ବାଲେଶ୍ବର : ବାଲେଶ୍ବର ସୋରରେ ଜାପାନୀ ଜ୍ବର ଆତଙ୍କ । ଏନଶେଫାଲାଇଟିସ୍ ୨୮ ଆକାନ୍ତଙ୍କ ମଧ୍ୟରୁ ୫ଜଣ ଛାତ୍ରୀଙ୍କୁ ସୋର ମେଡିକାଲରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଛାତ୍ରଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି । ସୂଚନା ଅନୁଯାୟୀ, ସୋର ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ୫ଦିନ ତଳେ ଜଣେ ଦଶମଶ୍ରେଣୀର ଛାତ୍ରୀଙ୍କ ବାନ୍ତି ହୋଇଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ କନ୍ୟାଶ୍ରମର ୨୮ଜଣ ଛାତ୍ରୀ ଅସୁସ୍ଥ ହୋଇଥିଲେ । ଜ୍ବର, କାଶ ସହିତ ସମସ୍ତଙ୍କର ମୁଣ୍ଡବନ୍ଧା ଆରମ୍ଭ ହୋଇଥିଲା । ସେଠାରୁ ସମସ୍ତଙ୍କୁ ଚିକିତ୍ସା ପାଇଁ ସୋର୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ତେବେ ରବିବାର ଏମାନଙ୍କ ମଧ୍ୟରୁ ୫ଜଣ ଛତ୍ରୀଙ୍କ ଏନଶେଫାଲାଇଟିସ୍ ପଜେଟିଭ୍ ଆସିଛି । ସମସ୍ତ ୫ଛାତ୍ରୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ସୋର୍ ମେଡିକାଲରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ମୋଟ୍ ୨୮ଜଣଙ୍କ ମଧ୍ୟରୁ ୧୬ ଛାତ୍ରୀ ଗୁରୁତର ହୋଇ ବାଲେଶ୍ବରରେ ଚିକିତ୍ସିତ ହେଉଛନ୍ତି ।