ଉତ୍ତର ଓଡ଼ିଶା ଜୋନରେ+୨କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

Jun 9, 2018 - 15:33
 195
ବାରିପଦା, ୯/୬(ସକାଳକବର)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷର କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରଖ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନରେ କଳାରେ ୭୧.୭୫%, ବାଣିଜ୍ୟରେ ୭୪.୯୨% ଓ ଧନ୍ଦମୂଳକ ବିଭାଗରେ ୬୨.୬୭% ପାସହାର ରହିଥିବାର ସୂଚନା ମିଳିଅଛି । ଚଳିତ ଶିକ୍ଷା ବର୍ଷରେ ଉତ୍ତର ଓଡ଼ିଶା ଜୋନରେ +୨ କଳା ବିଭାଗରେ ମୋଟ ୪୩ ୩୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲୋ ସେମାନଙ୍କ ମଧ୍ୟରୁ ୩୧୩୫୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୪୬୩୫ , ଦ୍ୱିତୀୟ ଶ୍ରେଣୀରେ ୫୪୪୮ ଜଣ , ତୃତୀୟ ଶ୍ରେଣୀରେ ୨୧୨୪୮ ଜଣ ପାସ କରିଛନ୍ତି ।