ଡେଙ୍ଗୁ ୱାର୍ଡ ଖୋଲିବାକୁ ତନାଘନା
କଟକ, ୯ା୬/(ସକାଳଖବର): ଚଳିତବର୍ଷ ବର୍ଷା ଆରମ୍ଭ ପୂର୍ବରୁ ଡେଙ୍ଗୁ ୱାର୍ଡ ଖୋଲାଯିବାକୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଗତବର୍ଷ ୪ଟି ସ୍ଥାନରେ ୱାର୍ଡ କାର୍ଯ୍ୟ କରିବାରୁ ସମସ୍ୟା ଦେଖାଦେଇଥିଲା । ତେଣୁ ଚଳିତବର୍ଷ ଗୋଟିଏ ସ୍ଥାନରେ ଦେଢ ଶହ ଶଯ୍ୟା ବିଶିଷ୍ଟ ୱାର୍ଡ ଖୋଲିବାକୁ ଯୋଜନା ଚାଲିଛି । ଏନେଇ ଆଜି ମେଡିକାଲ ଅଧୀକ୍ଷକ ପ୍ରସନ୍ନ କୁମାର ଦେବତା, ମେଡିସିନ ବିଭାଗର ପ୍ରଫେସର ସିବିକେ ମହାନ୍ତି, ଜରୁରୀକାଳୀନ ଅଧିକାରୀ ପ୍ରଫେସର ଭୁବନାନନ୍ଦ ମହାରଣା ଓ ସେବିକାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଭେଣ୍ଟିଲେଟର, ଅମ୍ଳଜାନ, ମନିଟର ଆଦି ଆନୁଷଙ୍ଗିକ ପ୍ରସ୍ତୁତକରି ରଖିବାକୁ ଷ୍ଟୋରକୁ ନିଦେ୍ର୍ଧଶ ଦିଆଯାଇଥିଲା । ଗତବର୍ଷ ଚକ୍ଷୁ ବିଭାଗର ୪ର୍ଥ ମହଲା, ମେଡିସିନ ବିଭାଗ, କାଜୁଆଲିଟି କୋଠା ଓ ଅଂଶୁଘାତ ୟୁନିଟ କୋଠାରେ ଡେଙ୍ଗୁ ରୋଗୀଙ୍କ ନିମନ୍ତେ ୧୫୦ରୁ ଉଦ୍ଧ୍ୱର୍ ଶଯ୍ୟା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବିଭିନ୍ନ ସ୍ଥାନରେ ଏହି ୱାର୍ଡ ଥିବାରୁ ଡାକ୍ତର, ସେବିକା, ଆଟେଣ୍ଡାଣ୍ଟଙ୍କ ଅଭାବ ଦେଖାଦେଇଥିଲା । ଯଦି କେବଳ ଚକ୍ଷୁ ବିଭାଗ କୋଠାରେ ଏକକାଳୀନ ଦେଢ ଶହ ବେଡ ବ୍ୟବସ୍ଥା କରାଯାଏ , ତେବେ ଡେଙ୍ଗୁ ମୁକାବିଲା କରାଯାଇପାରିବବୋଲି ଜନୈକ ପ୍ରଫେସର ସୂଚନା ଦେଇଛନ୍ତି ।