କ୍ରେଟାକୁ ପିଟିଲା ଟ୍ରକ୍, ଆଗ ଇଞ୍ଜିନ୍ ଭାଙ୍ଗିରୁଜି ଚୁରମାର

Jan 11, 2022 - 07:59
 49
କ୍ରେଟାକୁ ପିଟିଲା ଟ୍ରକ୍, ଆଗ ଇଞ୍ଜିନ୍ ଭାଙ୍ଗିରୁଜି ଚୁରମାର
ସାଲେପୁର ୧୧।୧: କଟକ-ପାରାଦୀପ ମୁଖ୍ୟ ରାସ୍ତା ବୋଦର ଛକ ନିକଟରେ ଦୁର୍ଘଟଣା । ଓଡି୦୨ବିଜି୭୬୧୭ କ୍ରେଟା ଗାଡିଟିକୁ ଟ୍ରକ୍ ପିଟିଥିବା ସୂଚନା ମିଳିଛି । ଗାଡ଼ିଟିକୁ ଟ୍ରକ ପଛରେ ବହୁ ଜୋରରେ ପିଟିବା ଫଳରେ ଆଗ ଇଞ୍ଜିନ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଗାଡ଼ିର ସାମ୍ନାରେ ଏମଏଲଏ ପାସ୍ ଲୋଗୋ ଲାଗିଛି । ତେବେ ଗାଡ଼ିଟି ରାତିରୁ ଦୁର୍ଘଟଣା ହୋଇଥିଲେ ସୁଦ୍ଧା ଖବର ଲେଖା ହେବା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରୁ ହଟାଯାଇନଥିଲା । ଏହା କେଉଁ ବିଧାୟକ କିମ୍ବା କାହା ଗାଡ଼ି କିଛି ଜଣାପଡିନାହିଁ । ତେବେ ଗାଡ଼ି କେତେ ଜଣ ଥିଲେ ସେମାନଙ୍କର ଅବସ୍ଥା କିପରି ଅଛି ତାହା ଜଣାପଡିନି । ଘଟଣାସ୍ଥଳରେ କୌଣସି ପୋଲିସ ଅଧିକାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା ।