କେନ୍ଦୁପତ୍ର ସହ ଟ୍ରକ ଜବତ; ୨ ଅଟକ

Aug 31, 2018 - 18:25
 179
କେନ୍ଦୁପତ୍ର ସହ ଟ୍ରକ ଜବତ; ୨ ଅଟକ
ଅନୁଗୋଳ ,୩୧/୮ (ସକାଳଖବର): ବିଶେଷ ସୂତ୍ରରୁ ଖବର ପାଇ ଆଜି ଜରପଡ଼ା ପୋଲିସ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକକୁ ଜବତ କରିବା ସହିତ ଟ୍ରକର ଚାଳକ ଓ ଖଲାସୀକୁ ଅଟକ ରଖି ତଦନ୍ତ ଜାରୀ ରଖିଛନ୍ତି । ଆଜି ମଧ୍ୟାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଜରପଡ଼ା ପୋଲଇସ ଚୋରା କେନ୍ଦ୍ରୁପତ୍ର ବୋଝେଇ ଟ୍ରକକୁ ଜଗି ରହିଥିଲେ । ଓଆର ୧୫ ବି ୨୧୯୫ ନମ୍ବର ବିଶିଷ୍ଠ ଟ୍ରକକୁ ଅଟକାଇ ତଲାସୀ ବେଳେ ସେଥିରେ କେନ୍ଦୁପତ୍ର ଚାଲାଣ ହେଉଥିବା ଜଣାପଡ଼ିଥିଲା ।