କୁଳଭୂଷଣ ମାମଲା; ଆଇସିଜେରେ ଫେବୃଆରୀ ୧୮ରୁ ଶୁଣାଣି ଆରମ୍ଭ

Oct 3, 2018 - 18:11
 280
କୁଳଭୂଷଣ ମାମଲା; ଆଇସିଜେରେ ଫେବୃଆରୀ ୧୮ରୁ ଶୁଣାଣି ଆରମ୍ଭ
ନୂଆଦିଲ୍ଲୀ ୩/୧୦ (ସକାଳଖବର):: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଧବ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ମିଳିତ ଜାତିସଂଘର ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ(ଆଇସିଜେ)ରେ ୨୦୧୯ ଫେବୃଆରୀ ୧୮ରୁ ଆରମ୍ଭ ହେବ । ଆଇସିଜେ ପକ୍ଷରୁ ବୁଧବାର ଏକ ବୟାନ ଜାରି କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ନେଦରଲାଣ୍ଡସ୍ଥିତ ଦ ହେଗ୍‍ର ପିସ୍‍ ପ୍ୟାଲେସ୍‍ରେ ୨୦୧୮ ଫେବୃଆରୀ ୧୮ରୁ ୨୧ ପର୍ୟ୍ୟନ୍ତ ଏହି ମାମଲର ଶୁଣାଣି ହେବ। ପ୍ରାୟ ଗୋଟିଏ ସପ୍ତାହ ଶୁଣାଣି ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଯାଇଛି। ଆଇସିଜେ ପକ୍ଷରୁ ଜାରି ବୟାନ ଅନୁସାରେ ୧୮ ଫେବୃଆରୀ ୨୦୧୯ ଫେବୃଆରୀ ୧୮, ସୋମବାର ସକାଳ ୧୦ଟାରୁ ଅପରାହ୍ନ ୧ଟା(ଭାରତର ପକ୍ଷ) ,୨୦୧୯ ଫେବୃଆରୀ ୧୯, ମଙ୍ଗଳବାର ସକାଳ ୧୦ଟାରୁ ଅପରାହ୍ନ ୧ଟା ପାକିସ୍ତାନର ପକ୍ଷ ,ଦ୍ଵିତୀୟ ପର୍ୟ୍ୟାୟ ଶୁଣାଣି,ଫେବୃଆରୀ ୨୦, ବୁଧବାର ଅପରାହ୍ନ ୩ରୁ ୪ଟା ୩୦ ଭାରତର ପକ୍ଷ ,ଫେବୃଆରୀ ୨୧, ଗୁରୁବାର ସନ୍ଧ୍ୟା ୪ଟା ୩୦ରୁ ୬ ପର୍ୟ୍ୟନ୍ତ ପାକିସ୍ତାନର ପକ୍ଷ ରଖିବେ।