ଉଜ୍ଜ୍ୱଳା ଯୋଜନା ଓଡ଼ିଶାର ମହିଳାମାନଙ୍କ ପ୍ରତି ବିଶ୍ୱାସଘାତ : ମହିଳା ବିଜେଡି

Oct 3, 2018 - 17:58
 423
ଉଜ୍ଜ୍ୱଳା ଯୋଜନା  ଓଡ଼ିଶାର ମହିଳାମାନଙ୍କ ପ୍ରତି ବିଶ୍ୱାସଘାତ : ମହିଳା ବିଜେଡି
ଭୁବନେଶ୍ୱର,୩/୧୦ (ସକାଳଖବର): କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜ୍ୱଳା ଯୋଜନା ଏବେ ଗରିବମାନଙ୍କ ଜ୍ୱଳାରେ ପରିଣତ ହୋଇଛି । ଏହା ଏନ୍‍ଡିଏ ସରକାରଙ୍କର ଏକ ବଡ଼ ଦୁର୍ନୀତି ବୋଲି ଜଣାପଡିଛି । ଗରିବ ମନ୍ତ୍ରୀହିଳାମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜୋରଦାର ପ୍ରଚାର କରୁଥିଲା ବେଳେ ବାସ୍ତବ ସ୍ଥିତି କିନ୍ତୁ ଓଲଟା । ରନ୍ଧନ ଗ୍ୟାସ୍‍ର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ପରିସଂଖ୍ୟାନରୁ ଜଣାଯାଏ, ଯାହାକି କେନ୍ଦ୍ରମନ୍ତ୍ରୀ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି ସରକାର ଯୋଗାଇ ଦେଇଥିବା ସିଲିଣ୍ଡରର ବହୁ ନଗଣ୍ୟ ଶତାଂଶ ପୁନର୍ବାର ଭରଣା ପାଇଁ ଆସୁଛି । ବସ୍ତୁତଃ ଏହି ଯୋଜନା ବିଫଳ ହୋଇଛି । ଏହି ବିଫଳତାରୁ ମଧ୍ୟ ଫାଇଦା ମିଳୁଛି । ଯେଉଁ ଫାଇଦା ଲୁଟୁଛନ୍ତି ଦୁର୍ନୀତିଗ୍ରସ୍ତ ଦଲାଲମାନେ । ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରୁ ଉଜ୍ଜ୍ୱଳା ଦୁର୍ନୀତି ଏକ ନୀତିଦିନିଆ ସଙ୍କାଦରେ ପରିଣତ ହୋଇଛି । କେନ୍ଦ୍ରମନ୍ତ୍ରୀ ଏହି ଯୋଜନା କଥା କହି ଯେତେ ବାହାବା ନେବାକୁ ଚେଷ୍ଟା କଲେ ମଧ୍ୟ ତାହା ତାଙ୍କ ପାଇଁ ବୁମେରାଂ ହୋଇଛି । ରାଜ୍ୟସଭାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ରାଜ୍ୟରେ ଏହି ହିତାଧିକାରୀଙ୍କ ମଧ୍ୟରୁ ଆର୍ଥôକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚôଛି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି, ଉଜ୍ଜ୍ୱଳା ଯୋଜନାର ବିଫଳତା ଏବଂ ମହାଦୁର୍ନୀତିର ପ୍ରକୃତ ଦୃଶ୍ୟ । ଖୋଦ୍‍ କେନ୍ଦ୍ରମବୀଙ୍କ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଆର୍ଥôକ ବର୍ଷ ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି । ଏହି ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ୨୪ଲକ୍ଷ ସିଲିଣ୍ଡର ରିଫିଲିଂ ନହେଉଥିବା ବେଳେ ଏହି ସିଲିଣ୍ଡରଗୁଡିକ କଳାବଜାରୀ ହେଉଛି ନା ଅନ୍ୟ ରାଜ୍ୟକୁ ଚାଲାଣ ହୋଇଛି, ସେ ବିଷୟରେ କେନ୍ଦ୍ରମବୀ ସଂପୂର୍ଣ୍ଣ ନିରବ । ନିଜର ଘରୋଇ ଜିଲ୍ଲାରେ ୧୫ ପ୍ରତିଶତ ହିତାଧିକାରୀ ରିଫିଲିଂ କରୁଥିବା ବେଳେ ୮୫ ପ୍ରତିଶତ ହିତାଧିକାରୀ କେବଳ ପରିସଂଖ୍ୟାନଭୁକ୍ତ ହୋଇଛନ୍ତି ନା ତାଙ୍କର ସିଲିଣ୍ଡରକୁ ବଡ଼ବଡ଼ିଆମାନେ ଉପଭୋଗ କରୁଛନ୍ତି, ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜୁ ଜନତା ଦଳ, କେନ୍ଦ୍ର ସରକାର ଏବଂ ବିଜେପି ଦ୍ୱାରା ପ୍ରାୟୋଜିତ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତିକୁ ଦୃଢ଼ତାର ସହିତ ନିନ୍ଦା କରୁଛି ଏବଂ ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆଇଓସିଏଲ୍‍ ଭୁବନେଶ୍ୱର ଅଫିସ୍‍ ସ୧ୁଖରେ ଆସନ୍ତାକାଲି (୪/୧୦/୨୦୧୮, ଗୁରୁବାର) ସକାଳ ୧୦ଟା ବେଳେ ବିକ୍ଷୋଭ କରିବେ । ଯଦି ଏଥିରେ କେନ୍ଦ୍ର ତୈଳ ମବାଳୟର ବୁଦ୍ଧି ଉଦୟ ନହୁଏ, ତେବେ ଆଗାମୀ ଦିନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନକୁ ତୀବ୍ରତର କରି କେନ୍ଦ୍ର ପେଟ୍ରୋଲିୟମ୍‍ ମବୀ ଓ ବିଜେପିର ମୁଖା ଖୋଲିଦେବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସ୧ିଳନୀରେ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ, ମୁଖପାତ୍ର ସୁଲୋଚନା ଦାସ କହିଥିଲେ । ଏହି ସାଙ୍କାଦିକ ସ୧ିଳନୀରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ ଏବଂ ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ଉପସ୍ଥିତ ଥିଲେ ।