କାଳ ସାଜିଲା କଳିଙ୍ଗା ଘାଟି, ଟୁରିଷ୍ଠ ବସ୍‌ ଓଲଟି ଚାଲିଗଲା ୬ ଜୀବନ

May 25, 2022 - 05:46
 64
କାଳ ସାଜିଲା କଳିଙ୍ଗା ଘାଟି, ଟୁରିଷ୍ଠ ବସ୍‌ ଓଲଟି ଚାଲିଗଲା ୬ ଜୀବନ
ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଗତକାଲି ଟୁରିଷ୍ଟ ବସ୍‌ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ମାତ୍ର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଘାଟିରୁ ତଳକୁ ଖସି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ବସ୍‌ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି।