ସ୍କୁଲରେ ଆଖିବୁଜା ଫାୟାରିଂ, ୧୮ ଛାତ୍ର ସମେତ ଗଲା ୨୧ ଜୀବନ

May 25, 2022 - 05:45
 61
ସ୍କୁଲରେ ଆଖିବୁଜା ଫାୟାରିଂ, ୧୮ ଛାତ୍ର ସମେତ ଗଲା ୨୧ ଜୀବନ
ୱାଶିଂଟନ: ଜଣେ ୧୮ ବର୍ଷୀୟ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ରକ୍ତରଞ୍ଜିତ ହେଲା ଆମେରିକା ଟେକ୍ସାସ୍‌ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ । ଏହି ଫାୟାରିଂରେ ଚାଲିଗଲା ୨୧ ନୀରିହ ଜୀବନ। ମୃତକଙ୍କ ମଧ୍ୟରେ ୧୮ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଥିବା ଜଣାଯାଇଛି। ଅଭିଯୁକ୍ତଜଣକ ସାଲଭାଡୋର ରାମୋସ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଆମେରିକୀୟ ନାଗରିକ ବୋଲି ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ତାଙ୍କର ବି ମୃତ୍ୟୁ ହୋଇଛି। ଏପରି ହୃଦୟ ବିଦାରକ ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଭୀର ଶୋକ ପ୍ରକାଶ କରିବା ସହ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି । ସୂଚନା ଅନୁଯାୟୀ, ଗତକାଲି ଘଟିଥିବା ଏପରି ଭୟାନକ କାଣ୍ଡ ଭିଆଇଥିବା ଅଭିଯୁକ୍ତଜଣକ ପ୍ରଥମେ ଘରେ ନିଜ ଜେଜେମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। ବୃଦ୍ଧାଜଣକ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସେ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଘଟଣାସ୍ଥଳରୁ ନିଜ କାର୍‌ରେ ଫେରାର ହୋଇଯାଇଥିଲେ। ସନ୍ଦେହ କରାଯାଉଛି ଯେ ସେ ନିଜ ସହିତ ଏକ ବନ୍ଧୁକ ଏବଂ ଏକ ରାଇଫଲ ମଧ୍ୟ ନେଇ ଯାଇଥିଲେ। ସେ ହାତରେ ରାଇଫଲ ଧରି ରୋବ ଏଲିମେଣ୍ଟାରୀ ସ୍କୁଲ ପ୍ରବେଶ କରିଥିଲେ। ଏହାପରେ ଗୋଟି ଗୋଟି ରୁମ୍‌କୁ ଯାଇ ଆଖି ବୁଜା ଗୁଳି ଚାଳନା କରିଥିଲେ।